କୋଣାର୍କ ଉତ୍ସବ ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲ୍ଲାପାଳ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଇକୋ ରିଟ୍ରିଟ,କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୁମିରେ ଆନ୍ତର୍ଜାତୀୟ ବାଳୁକା କଳା ଉତ୍ସବ ଆୟୋଜିତ ହେଉଛି । ଗତ ବର୍ଷ ଭଳି ଏଥର କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ଉତ୍ସବ ଚାଲିବ । କୋଣାର୍କ ଉତ୍ସବ ସରିଲେ ଦ୍ୱିତୀୟ ସପ୍ତାହରେ ଇକୋ ରିଟ୍ରିଟ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ମଂଗଳବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମର୍ା,ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ରାମଚଣ୍ଡୀ ମୁହାଣ,ଚନ୍ଦ୍ରଭାଗା ବେଳାଭୂମି ଓ ମୁକ୍ତାକାଶ ରଂଗମଂଚରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରି ଫେରିଥିଲେ । ରାମଚଣ୍ଡି ମୁହାଣ ନିକଟ ବେଳାଭୂମିରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ବ ହୋଇଯାଇଛି । ଖୁବଶୀଘ୍ର ପାନୀୟ ଜଳ ବ୍ୟବସ୍ତା,ସଫେଇ, ଟେଂଟ ଓ ବିଦ୍ୟୁତ ବିଦ୍ୟୁତ ସଂଯୋଗ ବ୍ୟବସ୍ତା ଆରମ୍ବ ହେବ । ସମୁଦ୍ର କୂଳରୁ ୩୦ ମିଟର ବାଦ ଦେଇ ବେଳାଭୂମୀରେ ୫୦ ଅତ୍ୟାଧୁନିକ ଟେଂଟ ନିର୍ମାଣ ଓ ଭାସମାନ ପୋଲ ନିର୍ମାଣ ହେବ । ଟେଂଟରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ପର୍ଯ୍ୟଟକମାନେ ବେଳାଭୂମିରେ ପାରାସେଲିଂ, ଯୋଗ,ଆଦି କାର୍ଯ୍ୟକ୍ରମକୁ ଉପଭୋଗ କରିବେ । କରୋନା କଟକଣା ଯୋଗୁଁ ଏଥର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଷ୍ଟଲକୁ ବାତିଲ କରି ଦିଆଯାଇଛି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,ଗୋପ ତହସିଲଦାର ଏସ କେ ସାଗିର,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀଗଣ ଉପସ୍ତିତ ଥିଲେ । କୋଭିଡ ଗାଇଡଲାଇନ ପାଳନ କରାଯାଇ ଇକୋ ରିଟ୍ରିଟ ସହିତ ଜଡିତ ସମସ୍ତ ବିଭାଗକୁ କାର୍ଯ୍ୟ ଆରମ୍ବ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀବର୍ମର୍ା ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ