କୋଣାର୍କ ଏନଏସିରେ ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ବିଜୟୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଚଳିତ ପୌର ନିର୍ବାଚନରେ ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅବସାନ ଘଟାଇ କୋଣାର୍କ ଏନଏସିର ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ଦଳର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ଚନ୍ଦ୍ରିକା ରାଉତରାୟଙ୍କୁ ୮୩୯ ଭୋଟ ବ୍ୟବଧାନରେ ପରାସ୍ତ କରି କୋଣାର୍କ ଏନଏସିର ନୂତନ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ୧୩ ଗୋଟି ୱାର୍ଡକୁ ନେଇ ଗଠିତ ।ଏହାର ମତଦାତା ସଂଖ୍ୟା ୧୨,୧୬୧ ଜଣ। ଗତ ୨୪ ତାରିଖରେ ଅନୁଷ୍ଠିତ ପୌର ନିର୍ବାଚନରେ ୧୩ ଗୋଟି ୱାର୍ଡରେ ୯୦୬୬ ଜଣ ମତଦାତା ମତଦାନ ସାବ୍ୟସ୍ତ କରିଥିଲେ। ଆଜି କୋଣାର୍କ ସେବାଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ଭୋଟ ଗଣତି ଶେଷ ହେବା ପରେ ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀଙ୍କୁ ୩୩୪୫ ଖଣ୍ଡ ଭୋଟ, ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ଚନ୍ଦ୍ରିକା ରାଉତରାୟଙ୍କୁ ୨୪୮୬ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀନୀ ରୁପାଲିନୀ ସ୍ବାଇଁଙ୍କୁ ୨୪୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପୌରାଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ୮୩୯ ଖଣ୍ଡ ଅଧିକ ଭୋଟ ପାଇ ନୂତନ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି କାଉନସିଲର ଭାବେ ଓ୍ବାର୍ଡନଂ ୧ରୁ କଂଗ୍ରେସ, ୱାର୍ଡନଂ ୨-ସ୍ବାଧିନ, ୩ନଂ ୱାର୍ଡ – ବିଜେଡି, ୪ନଂ ୱାର୍ଡ – ବିଜେଡି, ୫ନଂ ୱାର୍ଡ-କଂଗ୍ରେସ, ୬ନଂ ୱାର୍ଡରୁ ବିଜେଡି, ୭ନଂ ୱାର୍ଡରୁ କଂଗ୍ରେସ, ୮ନଂ ୱାର୍ଡରୁ ବିଜେପି, ୯ନଂ ଓ୍ବାର୍ଡରୁ ବିଜେପି, ୧୦ ନଂ ୱାର୍ଡରୁ ବିଜେଡି, ୧୧ନଂ ୱାର୍ଡରୁ ବିଜେଡି, ୧୨ନଂ ଓ୍ବାର୍ଡରୁ ବିଜେଡି ଓ ୧୩ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି ବୋଲି କୋଣାର୍କ ଏନଏସି ନିର୍ବାଚନ ଅଧିକାରୀ ଏସକେ ସାଗିର ପ୍ରକାଶ କରିଛନ୍ତି ।
Attachments area


