କୋଣାର୍କ ଏନଏସି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା, ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା, ବରିଷ୍ଠ ସାମ୍ବାଦିକ ବାଦଲ ଦାଶ, କାଉନସିଲର ନିହାର ରଞ୍ଜନ ବେଉରା, ସୌମ୍ୟ ସୌରଭ ଦାଶ, ସୌମ୍ୟ ରଞ୍ଜନ ସାହୁ, ବିଶମ୍ବର ବିଶ୍ବାଳ ପ୍ରମୁଖ ଯୋଗଦେଇ ସ୍ବାୟତ୍ତ ଶାସନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କୋଣାର୍କ ଏନଏସି ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ କରି ଉଛେଦ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା, କୋଣାର୍କ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସାମୁହିକ ପ୍ରଚେଷ୍ଟା ଓ କୋଣାର୍କରେ ଥିବା ସରକାରୀ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ସମନ୍ବୟ କମିଟି ଗଠନ କରିବା ଉପରେ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଓ କାଉନସିଲର ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ କ୍ରୀଡାବିତ, କୋଣାର୍କ ଅଞ୍ଚଳର ମ୍ଯାଟ୍ରିକ ଟପର ଛାତ୍ରୀ, ସଫଳ ସଫେଇ କର୍ମଚାରୀ ମାନଙ୍କୁ ଏନଏସି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଗୋପାଳ ଦାଶ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମକୁ କୋଣାର୍କ ଏନଏସିର ବରିଷ୍ଠ କର୍ମଚାରୀ ଭାଗ୍ୟରଥି ବରାଳ, ଶୁଭଲକ୍ଷ୍ମୀ ହୋତାଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ