କୋଣାର୍କ ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି। କୋଣାର୍କ ଏନ୍ ଏ ସି ୪୧ତମ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟ ଅତିଥି ରୂପେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶେତ୍ୱପଦ୍ମା ଧଳ, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ ସମସ୍ତ ୧୩ଗୋଟି ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ କୋଣାର୍କ ଏନ୍ଏସି ରେ ଥିବା ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନ କରାଯିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରିଷଦ ପକ୍ଷରୁ ସଫେଇ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିବା ବେଳେ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏନ୍ ଏ ସି ପରିସରରେ ଏକ ସଭା ଗୃହକୁ ମାନ୍ୟବର ବିଧାୟକ ଉଦ୍ଦଘାଟନ୍ କରିଥିବା ବେଳେ ୭ନଂ ୱାର୍ଡ଼ ବାଣପଦା ଗ୍ରାମରେ କାଉନସିଲର ପ୍ରଥିନୀ କୃଷ୍ଣପ୍ରିୟା ନାୟକ ଙ୍କ ଦ୍ଵାରା ମୁକ୍ତା ଯୋଜନାରେ ନିର୍ମିତ ମିନି ପାର୍କକୁ ସର୍ବସାଧାରଣଙ୍କ ନିମନ୍ତେ ମାନ୍ୟବର ବିଧାୟକ, ଏନ୍ ଏସି ର ସମସ୍ତ ଅଧିକାରୀଗଣ ଉପସ୍ଥିତିରେ ଶୁଭ ଉଦ୍ଘାଟିତ କରିଥଲେ।କୋଣାର୍କକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଅତ୍ୟାବଶ୍ୟକ ଉନ୍ନୟନ କାର୍ଯ୍ୟ ଜାରି ରଖିବା ପାଇଁ ନିର୍ବାହୀ ଅଧିକାରୀ ମତ ପ୍ରକାଶ କରିଛନ୍ତି।


