କୋଣାର୍କ ଏନ୍ ଏ ସି ପକ୍ଷରୁ ନାମକୁ ମାତ୍ର ସର୍ଭେ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୂର୍ଯ୍ୟମନ୍ଦିର ମୁଖ୍ୟ ରାସ୍ତା ରେ ଉଠା ବ୍ୟବସାୟୀଙ୍କ ଦୋକାନ । ପ୍ରଶାସନ ଓ ଜବରଦଖଲ ବ୍ୟବସାୟୀଙ୍କ ମଧ୍ୟରେ ଲୁଚକାଳି ଖେଳ ଦେଖିବାକୁ ମିଳିଛି। ପ୍ରଶାସନ ଉଛେଦ କରିଥିବା ପରେ ପୁଣି ମୁଖ୍ୟ ରାସ୍ତାକୁ ବେଆଇନ ଭାବେ ଜବରଦଖଲ ଯୋଗୁଁ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ପ୍ରବାସୀ ଭାରତୀୟ ଙ୍କ ଆଗ ମନକୁ ଦେଖି ଜବର ଦଖଲ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ କିଛି ଦିନ ତଳେ କୋଣାର୍କ ଏନଏସି ପକ୍ଷରୁ ପ୍ରଚାର କରାଯାଇଥିଲା। ପ୍ରଶାସନକୁ ଚ୍ୟାଲେଞ୍ଜ କରି ରାତି ଅଧରେ ଅସାଧୁ ବ୍ୟବସାୟୀମାନେ ରାସ୍ତା ମଝିରେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ଦୈନିକ ଟ୍ରାଫିକ ସମସ୍ୟା ବଢିବା ଓ ପର୍ଯ୍ୟଟକ ମାନେ କୋଣାର୍କ ମନ୍ଦିର ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କେତେକ ଅସାଧୁ ବ୍ୟବସାୟୀ ରାସ୍ତାରେ ଖଟ ପକାଇ ଦୈନିକ ଭଡ଼ା ହିସାବରେ ଲଗାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଆସୁଛି। ଏ ସମ୍ପର୍କରେ କୋଣାର୍କ ଏନ୍ଏସି କାର୍ସୂଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ଵରେ ଥିବା ଗୋପ ବିଡ଼ିଓ ଛବିରାଣୀ ସାହୁଙ୍କୁ ଯୋଗାଯୋଗ କରିବା ରେ ବିଫଳ ହେଉଛି। ସୂଚନାଥାଉକି ପ୍ରବାସୀ ଭାରତୀୟଙ୍କ ଆଗମନକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୪ ତାରିଖରେ ରାସ୍ତାକୁ ଅବରୋଧ କରି ବ୍ଯବସାୟ କରୁଥିବା ଜବରଦଖଲକାରୀଙ୍କୁ ଉଛେଦ କରାଯାଇଥିଲା। ପ୍ରବାସୀ ଭାରତୀୟ ଦିବସ ସରିବା ପରେ ଉଠା ବ୍ୟବସାୟୀ ମାନେ ପୁଣି ଜୋର ଜବରଦସ୍ତ ଦୋକାନ କରି ପ୍ରଶାସନ ଙ୍କୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ କୋଣାର୍କ ଏନ ଏସି ପକ୍ଷରୁ ଉଠା ଦୋକାନୀଙ୍କ ନାମକୁ ମାତ୍ର ସର୍ଭେ କରି ଚୁପ୍ ବସିରହିଥିବା ସ୍ଥାନୀୟ ଜନସାଧାରଣରେ ଚର୍ଚ୍ଚା ପାଲଟିଛି। ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଓ କେଉଁ ଜାଗାରେ ଉଠା ଦୋକାନୀ ମାନଙ୍କୁ ରାସ୍ତା ମଝିରୁ ଉଠାଇ ଥଇଥାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ