କୋଣାର୍କ ଓ ଅସ୍ତରଙ୍ଗକୁ ରେଳ ସଂଯୋଗ କରିବାକୁ ଦାବି
ନିମାପଡା (ସନ୍ତୋଷ ଦାଶ ) ଶ୍ରୀକ୍ଷେତ୍ର ପୁରୀ ଠାରୁ ଅର୍କ କ୍ଷେତ୍ର କୋଣାର୍କ, ଅସ୍ତରଙ୍ଗ ଦେଇ ପାରାଦ୍ୱୀପ କୁ ରେଳ ସଂଯୋଗ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ନିକଟରେ ଏକାଧିକ ସଂଗଠନ ଓ ବ୍ୟକ୍ତିବିଶେଷ ଦାବି ଜଣାଇଛନ୍ତି l ଗୁରୁବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗ୍ରସ୍ତ ରେ ଆସିଥିବାବେଳେ ତାଙ୍କୁ ଏକାଧିକ ସଂଗଠନ ଓ ବ୍ୟକ୍ତିବିଶେଷ ସାକ୍ଷାତ କରି ଏହି ଦାବି କରିଥିଲେ l ପୁରୀ କୁ ଐତିହ୍ୟ ସହର ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି l ଏଥିସହିତ ପୁରୀ ଠାରେ ଏକ ଆନ୍ତଜାତୀୟ ବିମାନ ବନ୍ଦର କରାଯିବାକୁ ପ୍ରସ୍ତୁତି ଚାଲିଛି l ଏଥିପାଇଁ ପୁରୀ କୁ ଦେଶ ବିଦେଶ ରୁ ଅନେକ ଯାତ୍ରୀ, ପର୍ଯ୍ୟଟକ ଆସିବା ନିଶ୍ଚିତ ହୋଇଯାଇଛି l ପୁରୀ ଠାରୁ କୋଣାର୍କ, ଅସ୍ତରଙ୍ଗ ଦେଇ ପାରା ଦ୍ୱୀପ କୁ ରେଳ ସଂଯୋଗ ହୋଇ ପାରିଲେ ଯାତ୍ରୀ ଓ ପର୍ଯ୍ୟଟକ ମାନେ ସୁବିଧାରେ ବିଶ୍ୱପ୍ରସିଦ୍ଧ କୋଣାର୍କ ର ସୂର୍ଯ୍ୟମନ୍ଦିର, ଅସ୍ତରଙ୍ଗ ର ସର୍ବଧର୍ମ ସମନ୍ୱୟ ର ପୀଠ ଜାହାନିଆଁ ପୀର ପୀଠ, ଐତିହାସିକ ଲବଣସତ୍ୟାଗ୍ରହ ପୀଠ, କାକଟପୁର ର ପ୍ରସିଦ୍ଧ ଶକ୍ତି ପୀଠ ମା ମଙ୍ଗଳା ଙ୍କ ମନ୍ଦିର, ଶ୍ରୀ ଜିୟୁ ମାନଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠ, ବଜ୍ର ବରାହୀ ପରି ପ୍ରାଚୀ ଉପତ୍ୟକା ର ଶତାଧିକ ପୁରାତନ ସୂକ୍ଷ୍ମ କାରୁକାଯ୍ୟ ପୂର୍ଣ୍ଣ ମନ୍ଦିର ଦେଖିବାର ସୁଯୋଗ ପାଇପାରନ୍ତେ l ରେଳଚଳାଚଳ କଲେ ଏହି ଅଞ୍ଚଳ ର ଆର୍ଥିକ ଅବସ୍ଥା ମଧ୍ୟ ସୁଧୁରି ଯାଇ ପାରନ୍ତା l ପାରାଦ୍ୱୀପ ବନ୍ଦର ରୁ ଦକ୍ଷିଣ ଭାରତ କୁ ସିଧାସଳଖ ସଂଯୋଗ ହୋଇପାରନ୍ତା l ଦୀର୍ଘବର୍ଷ ହେବ ଏହି ଦାବି କରାଯାଇ ଆସୁ ଥିଲେ ମଧ୍ୟ କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି l ଓଡିଶା ର ସାଂସଦ ଏବେ କେନ୍ଦ୍ର ସରକାର ଙ୍କ ରେଳମନ୍ତ୍ରୀ ହୋଇଥିବାରୁ ପୁରୀ ଠାରୁ ପାରାଦ୍ୱୀପ ରେଳ ସଂଯୋଗ ହେବା ଆଶା ସୃଷ୍ଟି କରିଛି l କେନ୍ଦ୍ର ରେଳ ମନ୍ତ୍ରୀ ପୁରୀ ଜିଲ୍ଲାବାସୀ ଙ୍କ ଦାବି ପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପୁରୀ ବିକାଶ ପରିଷଦ, ଓଡିଶା ଯୁବ ଚେତନା ସଂଗଠନ,ଶ୍ରୀ କ୍ଷେତ୍ର ସୂଚନା, ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପ୍ରଭୁତି ସଂଗଠନ ଓ ଏକାଧିକ ବ୍ୟକ୍ତି ବିଶେଷ ରେଳମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇ ଅନୁରୋଧ କରିଛନ୍ତି l


