କୋଣାର୍କ ଓ ଟିଭି ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଓ ଟିଭି ସାମ୍ବାଦିକଙ୍କ ଘର ଉପରକୁ ବମାମାଡ। ସାରା ଦେଶରେ କରୋନା ମହାମାରୀର ସମସ୍ତ ଟିକିନିଖି ଖବର ଗଣମାଧ୍ୟମ ପ୍ରତିନିଧିମାନେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ନିଜ ପରିବାର କଥା ଭୁଲି ଦିନ ରାତି ଏକ କରି ଲୋକ ମାନଙ୍କୁ ସଚେତନ କରୁଥିବା ବେଳେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ କୌଣସି ନା କୌଣସି ସ୍ଥାନରେ ଆକ୍ରମଣ କରାଯାଉଥିବା ଖବର ଆସୁଛି । ସେହିପରି ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଓ ଟିଭି ର ସାମ୍ବାଦିକ ସଞ୍ଜୟ ପତିଙ୍କ ଘର ଉପରକୁ ବୋମା ମାଡ କରାଯାଇ ଥିବା ଦେଖିବାକୁ ମିଳିଛି । ବୋମାମାଡ଼ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ କୋଣାର୍କ କରମଙ୍ଗା ଗ୍ରାମ ସ୍ଥିତ ବାଲି ସାହି ଗ୍ରାମ ରେ କୋଣାର୍କ ଓ ଟିଭି ସାମ୍ବାଦିକ ସଞ୍ଜୟ ପତିଙ୍କ ଘରେ କେହି ଦୁର୍ବୃତ୍ତ ୩ ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ୩ ଟି ବୋମା ବିସ୍ଫୋରଣ ଶବ୍ଦ ହେବା ପରେ ଆଖପାଖ ପଡୋଶୀ ମଧ୍ୟ ନିଦରୁ ଉଠି ପଡିଥିଲେ । ପରେ ଶ୍ରୀ ପତିଙ୍କ ପରିବାର ଲୋକେ ଉଠି ଦେଖନ୍ତି ତ ୩ ଟି ବୋମା ଘର ନିକଟ ଗୁହାଳ ପାଖରେ ପଡି ବିସ୍ଫୋରଣ ହୋଇଛି । ଲକ୍ ଡାଉନ୍ ସମୟରେ ଛକ ଛକରେ ପୋଲିସ ସଜାଗ ଥିବାବେଳେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯିବା ଘଟଣା ଏବେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଏହି ଘଟଣାକୁ କୋଣାର୍କ ଅଞ୍ଚଳର ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବୋମାମାଡ ଘଟାଇଥିବା ଦୁର୍ବୃତ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ବୋମାମାଡ ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ କୋଣାର୍କ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ