କୋଣାର୍କ ଠାରେ ସାହିତ୍ୟ ଆସର ଓ ସମ୍ବର୍ଧନା ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, କୋଣାର୍କ ସାହିତ୍ୟ ସଂସଦ ର ମିଳିତ ଆୟୋଜନ ରେ କୋଣାର୍କ ଉତ୍ସବ ଅବସର ରେ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ପରିସର ରେ ଆଜି ପୂର୍ବାହ୍ନ ରେ କୋଣାର୍କ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ସାହିତ୍ୟ ଆଲୋଚନା, ବ୍ୟଙ୍ଗ କବିତା ଆସର,ଅଣୁଗଳ୍ପ ଓ କବିତା ପାଠ, ପୁସ୍ତକ ଉନ୍ମୋଚନ ସହିତ ସାରସ୍ଵତ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୋଣାର୍କ ସାହିତ୍ୟ ସଂସଦ ର ସଭାପତି ତଥା ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାହିତ୍ୟ ଆସର କୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ମଧୁସୁଦନ ଦାସ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ଡଃ ଜୀତେନ୍ଦ୍ର ନାରାୟଣ ଦାଶ ଯୋଗଦାନ କରିଥିବାବେଳ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଦିଲ୍ଲୀପ କୁମାର ସ୍ଵାଇଁ, ନୃତ୍ୟ ବିଦ୍ଵେଷୀ ଅରୁଣା ମହାନ୍ତି, ଓ ଟି ଡି ସି ର ମହା ପ୍ରବନ୍ଧକ ଡଃ ଲଲାଟେନ୍ଦୁ ସାହୁ, ପ୍ରଫେସର ଗୋପୀନାଥ କର, ସ୍ଵର୍ଣ୍ଣଲତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ଙ୍କୁ ତାଙ୍କ ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ କୋଣାର୍କ ସାହିତ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ଡଃ ଅରୁଣା ମହାନ୍ତି ଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ସୁଚେତା ମିଶ୍ର ଙ୍କୁ ଅର୍କ ପ୍ରଭା ସମ୍ମାନ, ମାନସ ସାହୁ ଙ୍କୁ କୋଣାର୍କ କଳା ସମ୍ମାନ, ରୋହନ ବିଶ୍ବାଳ ଙ୍କୁ ଅର୍କସ୍ୱର ସମ୍ମାନ, ରମେଶ ଚନ୍ଦ୍ର ମିଶ୍ର ଙ୍କୁ ସାରସ୍ଵତ ପ୍ରତିଭା ସମ୍ମାନ, ମଞ୍ଜୁଲତା ସିଂହ ଙ୍କୁ ମା ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, ସାମ୍ୱାଦିକ ପଦ୍ମ ଲୋଚନ ମହାପାତ୍ର ଙ୍କୁ ସାମ୍ୱାଦିକ ସଂଗ୍ରାମ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଉତ୍ସବ କୁ କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି ପରିଚାଳନା କରିଥିଲାବେଳେ ସହ ସମ୍ପାଦକ ମହେନ୍ଦ୍ର କୁମାର ଦାଶ ଓ କଳ୍ପନା ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି ଅବସର ରେ ରାଜ୍ଯ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା କବି ଓ କବୟିତ୍ରୀ ମାନେ ସ୍ୱ ସ୍ୱ ରଚିତ କବିତା ପାଠ କରିଥିଲେ। ସାହିତ୍ୟ ସଂସଦ ର ମୁଖପତ୍ର ଧରମା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ