କୋଣାର୍କ-ପୁରୀ ବେଳାମାର୍ଗ ରେ ଟ୍ରାଫିକ ସମସ୍ୟା : ପର୍ଯ୍ୟଟକ ହନ୍ତସନ୍ତ
ନିମାପଡ଼ା, (ସନ୍ତୋଷ ଦାଶ):କୋଣାର୍କ – ପୁରୀ ବେଳାମାର୍ଗ ର ସାହୁକଣତା ଠାରେ ସମୁଦ୍ର କୂଳ ଲାଙ୍ଗିବା ଘଟଣା ରେ ପ୍ରଶାସନ ପକ୍ଷରୁ ପ୍ରାୟ ୧ କିଲୋମିଟର ରାସ୍ତାପାଶ୍ଵ ରେ ସୁରକ୍ଷା ବନ୍ଧ ନିର୍ମାଣ କରାଯାଉଛି। ଫଳରେ ଏହି ସ୍ଥାନ ରେ ରାସ୍ତା ସଙ୍କୁଚିତ ହୋଇପଡ଼ି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଶହ ଶହ ଯାତ୍ରୀ, ପର୍ଯ୍ୟଟକ ଙ୍କ ଗାଡି ରାସ୍ତା ପାଶ୍ଵ ରେ ଘଣ୍ଟା ଘଣ୍ଟା ସମୟ ଅଟକି ରହୁଛି। ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ, ଯାତ୍ରୀମାନେ ଉକ୍ତ ରାସ୍ତା ରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।ରାସ୍ତାର ଗୋଟିଏ ପାର୍ଶ୍ଵରେ କାମ ଚାଲୁଥିବା ବେଳେ ଅନ୍ୟ ଏକ ପାଶ୍ୱରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି। ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନେକ ସମୟରେ ଗାଡି ଚାଳକ, ଚାଳକ ଙ୍କ ମଧ୍ୟରେ ଝଗଡା ଦେଖାଦେଉଛି। ଚନ୍ଦ୍ରଭାଗା ଓ ରାମଚଣ୍ଡି ଠାରେ ଯାତ୍ରୀ, ପର୍ଯ୍ୟଟକ, ସମସ୍ତ ଗାଡି ଚାଳକ ଙ୍କୁ ରାସ୍ତା ସମ୍ପର୍କ ରେ ସୂଚନା ଦିଆଯିବା ସହିତ ରାସ୍ତା କାର୍ଯ୍ୟ ସ୍ଥାନ ରେ ପୋଲିସ ଉପସ୍ଥିତ ରହି ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରିବା ଜରୁରୀ ହୋଇ ପଡ଼ିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।