କୋଣାର୍କ ପ୍ରେସ କ୍ଲବ ଓ ଓଡିଶା ପର୍ଯ୍ୟଟନ ବିଭାଗ ମିଳିତ ସହଯୋଗରେ ମିନି ସାୟୀକ୍ଲୋଥନ୍ କାର୍ଯ୍ୟକ୍ରମ ।
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ମହୋତ୍ସବ ର ଆରମ୍ଭ ରୁ କୋଣାର୍କ ପ୍ରେସ କ୍ଲବ ଓ ଓଡିଶା ପର୍ଯ୍ୟଟନ ବିଭାଗ ମିଳିତ ସହଯୋଗ ରେ ମିନି ସାୟୀକ୍ଲୋଥନ୍ନ ଆୟୋଜିତ ହୋଇ ଯାଇଛି । କୋଣାର୍କ ମହୋତ୍ସବ ଆଦ୍ୟ ପର୍ବ ଭାବେ ଆଜିକୁ ପ୍ରାୟ ଆଠ ବର୍ଷ ପୂର୍ବେ ଆରମ୍ଭ ହୋଇ ଥିଲା ମିନି ସାୟୀକ୍ଲୋଥନ କାର୍ଯ୍ୟକ୍ରମ । ସାୟକେଲ ଚଲାଈ ପରିବେଶ ପ୍ରଦୂଷଣ ରୁ ମୁକ୍ତି ମିଳିପାରିବ ଓ ନିଜେ ସୁସ୍ଥ ରହିବେ ଯାହାର ବାର୍ତା ଥିଲା । ଆଜି ସକାଳୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରୁ ବାହାରି ଚନ୍ଦ୍ରଭାଗା ବେଳାଭୂମି ଦେଇ ମା ରାମଚଣ୍ଡୀ ପୀଠରେ ପହଁଚି ଥିଲା । ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛତ୍ରୀ ମାନେ ସେଇକେଲ ଚଳାଇ ରାମଚଣ୍ଡୀ ପୀଠରେ ପହଁଚି ଥିଲେ । ମୁଖ୍ୟ ଅତିଥିରୂପେ ଶରତ ଚନ୍ଦ୍ର ମହାପାତ୍ର ଏ ଡି ଏମ ପୁରୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସୁବ୍ରତ ଛାଟୋଇ, ବନରଞ୍ଜନ ପଟ୍ଟନାୟକ, ସୁରେଶ ଚନ୍ଦ୍ର ରାଉତରାୟ, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଏସ ଡି ପି ଓ ପ୍ରଭାତ ମଲ୍ଲିକ, ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ବିଶ୍ୱଜିତ୍ ପଟ୍ଟନାୟକ, କାଶୀନାଥ ନାୟକ, କମଳ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧୀ ମାନେ ସହଯୋଗ କରି ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଶେଷରେ ଛାତ୍ର ଛତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କୋଣାର୍କ ପ୍ରେସ କ୍ଲବ ସଭାପତି ଧନଞ୍ଜୟ ବେହରା ନେତୃତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବିଚିତ୍ର ଓଝା ଓ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।


