କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦କୃଷ୍ଣସାର ମୃଗ
ନିମାପଡ଼ା,(ସନ୍ତୋଷ ଦାଶ) ବନ ବିଭାଗ ପକ୍ଷରୁ ବିରଳ କୃଷ୍ଣସାଗର ମୃଗ ଙ୍କ ବଂଶ ବୃଦ୍ଧି ନିମନ୍ତେ ପରୀକ୍ଷାମୂଳକ ଭାବେ ପ୍ରାଥମିକ ସ୍ଥରରେ ପୁରୀ ଜିଲ୍ଲା କୋଣାର୍କ ବାଲୁଖଣ୍ଡ ବନାଞ୍ଚଳ କୁ ପୂର୍ବପ୍ରସ୍ତୁତି ଅନୁଯାୟୀ ଭୁବନେଶ୍ୱର ନନ୍ଦନକାନନ ରୁ ୬ ଗୋଟି ମାଈ ୪ ଟି ଅଣ୍ଡିରା ଏହି ପରି ୧୦ ଟି ବିରଳ କୃଷ୍ଣସାର ମୃଗ ଆଣି ଛଡାଯାଇଛି। ପୁରୀ ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ବନବିଭାଗ ଅଧିକାରୀ ସୁଦର୍ଶନ ଦେଉରୀ ଙ୍କ ତତ୍ୱାବଧାନ ରେ ରାସ୍ତା ଠାରୁ ୩ କିମି ଦୂରରେ ପ୍ରସ୍ତାବିତ ଜଙ୍ଗଲ ନିକଟ ରେ ଏହି ମୃଗ ଗୁଡିକୁ ଏକ ସ୍ୱତନ୍ତ୍ର ପିଞ୍ଜରା ରେ ରାତିସାରା ରଖା ଯାଇଥିଲା । ବନାଧିକାରୀ ସୁଦର୍ଶନ ଦେଉରୀ, ବନରକ୍ଷୀ କୈଳାଶ ଚନ୍ଦ୍ର ନାୟକ,ଏଲିନା ପ୍ରିୟଦର୍ଶନୀ ଙ୍କ ସମେତ ବନବିଭାଗ ର ୧୦ ରୁ ଉର୍ଦ୍ଧ୍ବ କର୍ମଚରୀ ଙ୍କ ଉପସ୍ଥିତି ରେ ପ୍ରସ୍ତାବିତ ସ୍ଥାନରେ ଛଡ଼ାଯାଇଥିଲା । ଏହି କୃଷ୍ଣ ସାର ମୃଗ ଙ୍କ ଆନୁମାନିକ ବୟସ ୨/୩ ବର୍ଷ ହେବା ସହ ଏମାନ ଙ୍କର ଓଜନ ୫୦/୬୦ କେଜି ରହିଥିବା ଜଣାପଡ଼ିଛି । ଦୀର୍ଘ ୧୨ ବର୍ଷ ପରେ ବନବିଭାଗର ପ୍ରଚେଷ୍ଠା ଫଳରେ କୃଷ୍ଣ ସାର ମୃଗ ଙ୍କ ପସନ୍ଦ ଯୋଗ୍ୟ ପରିବେଶ ଉପଯୋଗୀ କୋଣାର୍କ ଅଭୟାରଣ୍ୟ ର ପ୍ରାକୃତିକ ବିଭବ କୁ ପୁଣି ଫେରିପାରିଛନ୍ତି ବିରଳ କୃଷ୍ଣସାର ମୃଗ । କୋଣାର୍କ କାକଟପୁର ମୁଖ୍ୟରାସ୍ତା ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଜଙ୍ଗଲ ର ପ୍ରାୟ ୩ କିମି ରୁ ଉର୍ଦ୍ଧ୍ବ କୁରୁଜଙ୍ଗ ପଂଚାୟତ ଅଧିନ’ ଖଣ୍ଡିଆ ନଈ’ ନିକଟ ଅଭୟାରଣ୍ୟ ମଧ୍ୟରେ ଥିବା ୧୦ ଏକର ପରିମିତ ଜାଗା ରେ ଏକ ସ୍ବତନ୍ତ୍ର ସୁରକ୍ଷା ପ୍ରାଚେରୀ ଦ୍ୱାରା ଆବଦ୍ଧ ସ୍ଥାନ ରେ ଏହି ବିରଳ କୃଷ୍ଣସାର ମୃଗ ଙ୍କ ନିମନ୍ତେ କୋଣାର୍କ ବନବିଭାଗ ପକ୍ଷରୁ ସେମାନଙ୍କ ନିତ୍ୟ ପ୍ରାକୃତିକ ଖାଦ୍ୟ ନିମନ୍ତେ ୪ପ୍ରକାର ର ପସନ୍ଦଯୋଗ୍ୟ ଘାସ ଲଗାଯାଇଥିବା ଏକ ସ୍ୱତନ୍ତ୍ର ଭାବେ ଘାସ ପଡିଆ ପ୍ରସ୍ତୁତି କରାଯାଇଥିବା ସହ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯାଇଥିବା ସ୍ଥାନ ରେ ଆଜି ସମସ୍ତ ପ୍ରସ୍ତୁତି ଅନୁଯାୟୀ ଛଡ଼ାଯାଇଛି ।ସୁସ୍ଥ ଥିବା ଏହି ୧୦ ଗୋଟି ମୃଗ ଅତି ସୁନ୍ଦର ଭାବେ ଘାସ ବଗିଚାରେ ଡିଆଁ ମାରି ଖୁବ ଖେଳିବା ସହିତ ବୁଲି କଅଁଳ ଘାସ ଖାଉଥିବା ମନୋରମ ଦୃଶ୍ୟ ମନକୁ ଛୁଇଁ ଯାଇ ଥିଲା । ବନବିଭାଗ ପକ୍ଷରୁ ପ୍ରତିଦିନ ସେମାନଙ୍କ ର ସ୍ୱାସ୍ଥ୍ୟବସ୍ଥା ର ସ୍ଥିତି ପରଖିବା ସହିତ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବନବିଭାଗ ର ନଜର ରେ କିଛିଦିନ ରହିବା ପରେ ସ୍ୱାଧୀନ ଭାବେ ବିଚରଣ ନିମନ୍ତେ ଏମାନଙ୍କୁ ଅଭୟାରଣ୍ୟ ରେ ପୁଣି ଛାଡି ଦିଆଯିବ ବୋଲି ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ବିବେକ କୁମାର ସୂଚନା ଦେଇଛନ୍ତି ।ପରେ ଜଙ୍ଗଲ ରେ ଏମାନଙ୍କ ସ୍ଥିତି କୁ ପରଖି ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ଜୁଲାଇ ମାସରେ ପୁଣି ୩୧ ଗୋଟି କୃଷ୍ଣସାର ମୃଗ ଗଂଜାମ ଓ ନନ୍ଦନକାନନ ରୁ ଆଣି ଛଡ଼ାଯିବ ବୋଲି ଜଣାପଡ଼ିଛି । ଓଡ଼ିଶାର ଗଂଜାମ ଜିଲ୍ଲାର ରେ ବହୁମାତ୍ରା ରେ ଦେଖାଯାଉଥିବା ଓ ପୂର୍ବରୁ କୋଣାର୍କ ବାଲୁଖଣ୍ଡ ର ଶୋଭମଣ୍ଡନ କରୁଥିବା ଏହି ବିରଳ କୃଷ୍ଣସାର ମୃଗ ଗୁଡିକ ବନବିଭାଗ ର ଅବହେଳାର ଶିକାର ହୋଇ କାଳକ୍ରମେ ନିଜର ବଂଶ ବୃଦ୍ଧି କରିନପାରି ଲୋପ ପାଇଯାଇଥିଲେ । କୋଣାର୍କ ଅଭୟାରଣ୍ୟ ରେ ବନବିଭାଗ ଦ୍ୱାରା ଏହି ବିଲୁପ୍ତ କୃଷ୍ଣସାର ମୃଗ ବଂଶ ପୁନରୁଦ୍ଧାର ଯୋଜନା ଯଦି ସଫଳ ହୁଏ ଓ ପରିସ୍ଥିତି ଅନୁକୂଳ ରୁହେ ତାହେଲେ ବନବିଭାଗ ପକ୍ଷରୁ ଭବିଷ୍ୟତ ରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ କୁ ଆହୁରି ପର୍ଯ୍ୟାପ୍ତ ପରିମାଣ ର ଏହି ଶ୍ରେଣୀର ମୃଗ କୁ ଅଣାଯାଇ ବଂଶ ବୃଦ୍ଧି ନିମନ୍ତେ ଛଡ଼ାଯିବା ପାଇଁ ସ୍ଥିର କରାଯାଇଥିବା ଜଣାପଡିଛି । ପୁରୀ ଫରେଷ୍ଟ ଡିଭିଜନ ପକ୍ଷରୁ ଏହି ବିରଳ କୃଷ୍ଣସାର ମୃଗ ଙ୍କ ବଂଶ ବୃଦ୍ଧି ନିମନ୍ତେ କରାଯାଇଥିବା ପ୍ରୟାସ କୁ ପୁରୀ ର ବରିଷ୍ଠ ପରିବେଶବିତ ସରୋଜ କୁମାର ଜେନା, ଅସ୍ତରଙ୍ଗ ଅଂଚଳର ଯୁବ ପରିବେଶବିତି ତଥା କଇଁଛ ସୁରକ୍ଷା କର୍ମୀ ସୌମ୍ୟରଂଜନ ବିଶ୍ୱାଳ ଙ୍କ ସମେତ କୋଣାର୍କ ଜ୍ଞାନମଞ୍ଚ ର ସମ୍ପାଦକ ତଥା ବରିଷ୍ଠ ଗବେଷକ ସୁବାସ ବରାଳ ଓ ବିଭିନ୍ନ ସଂଗଠନ ସମେତ ପଶୁପ୍ରେମୀ,ପରିବେଶବିତ ମାନେ ଏହାକୁ ସ୍ୱାଗତ କରିବା ସହିତ ଖୁବ ପ୍ରଶଂସା କରିଛନ୍ତି ।