କୋଣାର୍କ ବିଜୁ ଯୁବ ଜନତା ଦଳର ସଭାପତି ହେଲେ ରଞ୍ଜିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଆଗାମୀ ପୌର ନିର୍ବାଚନ କୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ଯୁବ ବିଜେଡି ନୂତନ କର୍ମକର୍ତା ଚୟନ କରାଯାଇଛି । କୋଣାର୍କ ଏନଏସି ବିଜୁ ଯୁବ ଜନତା ଦଳ କୁ ଆହୁରି କ୍ରିୟାଶୀଳ ଓ ଶକ୍ତିଶାଳୀ କରିବାକୁ ଯୁବ ନେତା ରଞ୍ଜିତ ସାମନ୍ତ ମଲ୍ଲ (ଲକି ) ଙ୍କୁ ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡ଼ ବ୍ୟୋମକେଶ ରାୟ ଅନୁମୋଦନ କ୍ରମେ ମୋନାନୀତ କରାଯାଇଛି । କୋଣାର୍କ ର ଯୁବ ସଭାପତି ଘୋଷଣା ପରେ ରଞ୍ଜିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହରା , ଅସ୍ତରଙ୍ଗ ବ୍ଲକ ଅଧକ୍ଷ ତଥା ବିଜୁ ଜନତା ଦଳ ସମ୍ପାଦକ ସ୍ୱାଧୀନ ନାୟକ ,କୋଣାର୍କ ନଗର ସଭାପତି ଗୋପାଳ ଚନ୍ଦ୍ର ବେହେରା ଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ କୁ ଅଧୀକ ସଶକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠା କୁ ଟାଣ କରିବେ ବୋଲି ରଞ୍ଜିତ ସୂଚନା ଦେଇଛନ୍ତି । ଯୁବ ସଭାପତି ଘୋଷଣା ପରେ କୋଣାର୍କ ଅଞ୍ଚଳ ର ବରିଷ୍ଠ ନେତା ଓ ଯୁବ ନେତା ମାନେ ରଞ୍ଜିତ ଙ୍କୁ ଶୁଭେଚ୍ଛା ଜଣେଇବା ସହିତ ସ୍ୱାଗତ କରିଛନ୍ତି ।


