କୋଣାର୍କ ବିଶ୍ୱ ପରିବେଶ ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କଥାରେ ଅଛି ଗୋଟେ ଭଲ ମଣିଷ ସୃଷ୍ଟି କରିବାକୁ ହେଲେ ଗୋଟେ ଭଲ ପରିବେଶ ଆବଶ୍ୟକ। କାରଣ ପରିବେଶ ହିଁ ମଣିଷକୁ ପରିଚୟ ପ୍ରଦାନ କରିଥାଏ। ଏକ ଭଲ ପରିବେଶ କିପରି ସୃଷ୍ଟି କରାଯାଇ ପାରିବ ଏହାକୁ ନେଇ ଆଜି ବିଶ୍ୱ ୪୬ ତମ ପରିବେଶ ଦିବସ ଅର୍କକ୍ଷେତ୍ର କୋଣାର୍କ ଠାରେ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ପରିଚାଳିତ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋଣାର୍କ ସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ନୂଆଗାଁ ପରିସରରେ ପରିବେଶ ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ମହାମାରୀ କରୋନା କୁ ଦୃଷ୍ଟି ରେ ରଖି ସାମାଜିକ ଦୂରତା ସହିତ ପାଳନ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଉତ୍କଳ ୟୁଥ ଫାଉଣ୍ଡେସନ,ବସନ୍ତ ମଞ୍ଜରୀ ପାଠାଗାର,ଜାତୀୟ ସବୁଜ ବାହିନୀ ର ସଦସ୍ୟମାନେ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ଶରତ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସମଜସେବୀ ରାମକୃଷ୍ଣ ମହାନ୍ତି କଂ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ର ନାଥ ବାହିନୀପତି,କୋଣାର୍କ ବନ ବିଭାଗର ବନରକ୍ଷୀ ରବୀନ୍ଦ୍ର ସ୍ୱାଇଁ, ପରିଚାଳନା କମିଟି ସଭାପତି ନିରଞ୍ଜନ ସାହୁ,ସଂପାଦକ ପୂର୍ଣ୍ଣ ଚନ୍ଦ୍ର ଲେଙ୍କା, ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ,ସତ୍ୟସାଇ ସେବା ସମିତି, କୋଣାର୍କ ର ଆବାହକ ବାମଦେବ ଉତ୍କଳ ଫାଉଣ୍ଡେସନ ର ସଂପାଦକ ସୁନିଲ ନାୟକ ପ୍ରମୁଖ ଉଦ୍ବୋଧନ ଦେଇ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆହ୍ୱାନ ଦେଇଥିଲେ । ନିରଞ୍ଜନ ତ୍ରିପାଠୀ,ଶୁଭ୍ରାଂଶୁ ସେଠି,ଦିଲ୍ଲୀପ ନାୟକ,ଅଭୟ ଲେଙ୍କା,ସୌମ୍ୟରଂଜନ ମହାନ୍ତି,ପ୍ରଦୀପ୍ତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିସର ରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟ କୁ କୋଣାର୍କ ର ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଖୁବ ପ୍ରସଂଶା କରାଯାଇଛି ।


