କୋଣାର୍କ ବେଳାଭୂମିରେ ବାଲୁକା ଶିଳ୍ପୀ ଙ୍କ ବାଲୁକା କଳା ମାଧ୍ୟମରେ କଇଁଛ ସୁରକ୍ଷା ପାଇଁ ବାର୍ତ୍ତା

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ୱରେ ସାମୁଦ୍ରିକ ଇକୋ ସିଷ୍ଟମ କୁ ନିୟନ୍ତ୍ରଣ ରଖୁଥିବା, ସାମୁଦ୍ରିକ ଜୀବ ବିରଳ ଅଲିଭ ରିଡ଼ଲେ କଇଁଚ ଶୀତଋତୁ ଆରମ୍ଭ ହୋଇଥିବାରୁ ଏବେ ଅଣ୍ଡା ଦେବା ନିମନ୍ତେ ବାଙ୍ଗୋପସାଗର କୂଳରେ ସଙ୍ଗମ ରେ ବ୍ୟସ୍ତ ଅଛନ୍ତି। ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭୂସ୍ବର୍ଗ କୁହାଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ଚନ୍ଦ୍ରଭଗା ଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମି ରେ ନିର୍ଭୟ ରେ ଚରାବୁଲା କରି ଅଣ୍ଡାଦାନ ପକ୍ରିୟା ଆରମ୍ଭ କରିଥାନ୍ତି। ଏହି ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ସମୟ ନଭେମ୍ବର ରୁ ମାର୍ଚ୍ଚ ମାସ ମଧ୍ୟ ରେ। ଏହି ପ୍ରଜାତି ର ବିରଳ କଇଁଛ ନିଜକୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ମଣୁଥିବା ବେଳେ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଠାରୁ କୁଶଭଦ୍ରା କୂଳ ଓ ବେଲେଶ୍ୱର ମନ୍ଦିର ସମୁଦ୍ରକୂଳ ଠାରୁ ନୂଆନଈ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ର କୂଳ ସେମାନଙ୍କୁ ସବୁବେଳେ ଆକର୍ଷଣ କରିଥାଏ।ଏହି ବିରଳ କଇଁଛ ଙ୍କ ସୁରକ୍ଷା କୁ ନେଇ କୋଣାର୍କ ଅଞ୍ଚଳ ର ବରିଷ୍ଠ ଦୁଇ ବାଲୁକା ଶିଳ୍ପୀ ସରିତା ଗୋଛାୟତ ଓ ଶିଳ୍ପା ଗୋଚ୍ଛାୟତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଅଲିଭି ରିଡଲେ କଇଁଛ ର ଏକ ଅପରୂପ ଚିତ୍ର ନିଜ ନିଖୁଣ କଳା ମାଧ୍ୟମରେ ବାଲିରେ ନିର୍ମାଣ କରି ଉପସ୍ଥିତ ପର୍ଯ୍ୟଟକ ମାନଙ୍କୁ ଏହି ବିରଳ କଇଁଛ ଙ୍କ ଉପଯୁକ୍ତ ସୁରକ୍ଷା କୁ ନେଇ ସଚେତନ ବାର୍ତ୍ତା ଦେଇଥିଲେ ।ଶତାଧିକ ପର୍ଯ୍ୟଟକ ଏହାକୁ ଉପଭୋଗ କରିବା ସହିତ ବାଲୁକା ଶିଳ୍ପୀ ଙ୍କ ଏପରି ପ୍ରୟାସ କୁ ଖୁବ ପ୍ରସଂଶା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ