କୋଣାର୍କ ମହାବିଦ୍ୟାଳୟ ରେ ମହାଘୋଟଲା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ସର୍ବ ପୁରାତନ ଭଗବତୀ ମହାବିଦ୍ୟାଳୟରେ ୨୦୧୭ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ କିରାଣୀଙ୍କ ଦ୍ବାରା ନକଲି ରସିଦ ବଳରେ ଲକ୍ଷାଧିକ ଟଙ୍କା ହଡପ କରାଯାଇ ଥିବା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଗୁରୁତ୍ବର ଅଭିଯୋଗ ହେବା ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ସ୍ଥିତ ଭଗବତୀ ମହାବିଦ୍ୟାଳୟ ସମାସ୍ୟାର ବୁଢୀଆଣୀ ଜାଲରେ ଛନ୍ଦି ହୋଇ ରହିଥିବା ବେଳେ ସାମ୍ପ୍ରତିକ ସମୟରେ ମହାବିଦ୍ୟାଳୟରେ ଗତ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ୫ବର୍ଷ ଧରି କାର୍ଯ୍ୟରତ ଥିବା ଜନୈକା କିରାଣୀ ନିଜେ ନକଲି ରସିଦ ବହି ଛାପିବା ସହ ଏହା ସାହାର୍ଯ୍ୟରେ ଗରିବ ନୀରିହ ଛାତ୍ର ଛାତ୍ରୀ ମାନଙ୍କ ସମେତ ଅଧ୍ଯୟନରତ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ବିଗତ ୫ବର୍ଷ ମଧ୍ୟରେ ୮ଲକ୍ଷ ଟଙ୍କା ଚଂଚକତା କରି ଆତ୍ମସାତ କରିଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ । ଏହି ଟଙ୍କାକୁ ସଂପୃକ୍ତ ପୂର୍ବତନ କିରାଣୀ ନିଜେ ହରିଲୁଟ କରିଛନ୍ତି ବୋଲି ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ମହାଘୋଟାଲାରେ ଛନ୍ଦି ହୋଇପଡିଥିବା ଜୈନିକା କିରାଣୀ ଜଣଙ୍କ ଯିଏ କି ଏବେ କାକଟପୁର ସ୍ଥିତ ମଙ୍ଗଳା ମହାବିଦ୍ୟାଳୟକୁ ବଦଳି ହୋଇଥିବା ଜଣାପଡିଛି।ଏହି ଘଟଣା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବଗତ ଥିବା ବେଳେ କଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସଂପୃକ୍ତ କିରାଣୀ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ସଂପୃକ୍ତ କିରାଣୀ ଜଣଙ୍କ ସହ ମହାବିଦ୍ୟାଳୟର ଅନ୍ୟ କେଉଁ କର୍ମଚାରୀ ମାନଙ୍କ ସଂପୃକ୍ତି ରହିଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ପୁରାତନ ଛାତ୍ର ସଂଗଠନର ଉପଦେଷ୍ଟା ରାଜ କିଶୋର ମହାପାତ୍ର, ସମ୍ପାଦକ ଭାଗିରଥି ସ୍ୱାଇଁ, ସଭାପତି ହୃଦାନନ୍ଦ ସେଠୀ, ପୂର୍ବତନ ଛାତ୍ର ପୀନାକୀ ପ୍ରସାଦ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ କଲେଜ ଅଧ୍ୟକ୍ଷ ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ ନା ଥାନାରେ ସଂପୃକ୍ତ କିରାଣୀ ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ନା ଉଚ୍ଚଶିକ୍ଷା ବିଭାଗକୁ ନିଲମ୍ବିତ କରିବା ପାଇଁ ସୁପାରିସ କରିଛନ୍ତି ଏ ଦିଗରେ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ପୁରାତନ ଛାତ୍ର ସଂଗଠନ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅବତାର ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣା ବିଷୟରେ ଜାଣିବା ପରେ ସଂପୃକ୍ତ କିରାଣୀଙ୍କୁ ଅବଗତ କରାଯାଇଛି। ଏହି ଘଟଣାକୁ ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯାଇ ତାଙ୍କ ଠାରୁ ସମ୍ପୂର୍ଣ ଟଙ୍କା ଆଦାୟ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ