କୋଣାର୍କ ମା ଶ୍ୱାମାକାଳୀ ପରିଚାଳନା କମିଟି ପୁନଃଗଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅଧୀନସ୍ଥ ୭ନଂ ଓ୍ବାର୍ଡ ଅନ୍ତର୍ଗତ ବାଣପଦା ଗ୍ରାମ ଠାରେ ଥିବା ଶ୍ୱାମାକାଳୀ ମନ୍ଦିର ପରିଚାଳନା ନିମନ୍ତେ ଏକ ନୂତନ ଗଠିତ ହୋଇଛି । ଖବରରୁ ପ୍ରକାଶ ଯେ ଏହି ମନ୍ଦିରର ପୂଜାର୍ଚ୍ଚନା ଓ ପରିଚାଳନା ନିମନ୍ତେ ଗଠିତ ନୂତନ କମିଟିର ସଭାପତି ଭାବେ ଦୁଃଶାସନ ନାୟକ, ଉପସଭାପତି ସଂଜୟ କୁମାର ରାଉତରାୟ, ସଂପାଦକ ଭାବେ ସୁଶାନ୍ତ ବେଉରା ସହସଂପାଦକ ଭାବେ କୁନାଲ ପାତ୍ର, କୋଷାଧ୍ୟକ୍ଷ ଭାବେ ନିହାର ରଞ୍ଜନ ବେଉରା ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହି ପରିଚାଳନା କମିଟିର ସଦସ୍ୟ ଭାବେ ରମେଶ ଯେନା, ସୁବାସ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ରାଉତ, ଅଜୟ କୁମାର ବେହେରା, ଦୀପ୍ତି ରଞ୍ଜନ ନାୟକ ଓ ହରିହର ବିଶ୍ୱାଳ ପ୍ରମୁଖ ରହିଥିବା ବେଳେ ମାର୍ଗଦର୍ଶନ ନିମନ୍ତେ ଗଠିତ ଉପଦେଷ୍ଟା ପରିଷଦରେ ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ନୃସିଂହ ପ୍ରସାଦ ନାୟକ, ପ୍ରଶାନ୍ତ କୁମାର ପରିଡା, ଆଇନୀଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତି ଓ ଅକ୍ଷୟ କୁମାର ମୁଦୁଲି ପ୍ରମୁଖ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି ।