କୋଣାର୍କ ରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଶେଷ
କୋଣାର୍କ, (ଗଣେଷ ବେହେରା):ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ବହୁପୁରାତନ କମିଟି “ଶ୍ରୀ ଶ୍ରୀ ନରସିଂହ ଦେବ ଦୁର୍ଗା ପୂଜା କମିଟି” ପକ୍ଷରୁ ମା” ମହିଷାମର୍ଦ୍ଧିନୀ ଙ୍କ ପୂଜା ବିଧି ଚଳିତ ବର୍ଷ ମଣ୍ଡପରେ ଯଥା ବିଧି ସରକାରଙ୍କର କୋଭିଡ଼ି ନୀତି ନିୟମ ପାଳନ ପୁର୍ବକ କରାଯିବା ପାଇଁ ନିଷ୍ପତି ହୋଇଛି। କୋଭିଡ଼ି ନିୟମକୁ ମାନି ଏଥର ମଣ୍ଡପରେ ୪ଫୁଟର ମୁଣ୍ଣୟ ମୃତ୍ତି ମା” ଙ୍କ ନିର୍ମାଣ କରାଯାଇଛି। କରୋନା କଟକଣା ମାନି ଭକ୍ତ ମାନଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରି ମା” ଙ୍କ ଦର୍ଶନ ପାଇଁ ସମାନତା ରଖି ଛଡା ଯିବାର ବ୍ୟବ୍ୟସ୍ଥା ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମାଙ୍କ ର ପୂଜା ଭଷାଣି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ସମାପନ ପାଇଁ ପ୍ରସ୍ତୁତି ସରିଛି। ସୋମବାର ମା” ଙ୍କର ଷଷ୍ଠୀ ପୂଜା ନିମନ୍ତେ ବେଲବରଣୀ କାର୍ଯ୍ୟ କରାଯିବା ସହିତ ଏହି ଦିନ ଶୁଭ ବେଳାରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରୁ ପାଣି ତୋଳା ଯାଇ ପୁରୋହିତ ଙ୍କ ଦ୍ଵାରା ବେଲବରଣୀ କରାଯାଇ ମୁଣ୍ଣୟ ମୃତ୍ତି ରେ ଘଟ ସ୍ଥାପନ କରି ଯଥା ରୀତି ଅନୁଯାଇ ମା ସିଂହବାହିନୀ ଙ୍କ ସପ୍ତମୀ ,ଅଷ୍ଟମୀ ପୂଜା ସହ ମା ଙ୍କ ପାଖରେ ସପ୍ତସତୀ ଚଣ୍ଡୀ ପାଠ ବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା କରାଯିବାକୁ ବ୍ୟବସ୍ଥା ହୋଇଛି। ନରସିଂହ ଦେବ କମିଟି ର ସଭାପତି ସୁଶାନ୍ତ କୁମାର ମହାନ୍ତି, ସମ୍ପାଦକ ସୁବୋଧ ଖଟୁଆ କୋଷାଧ୍ୟକ୍ଷ ଶ୍ରୀ ବିରବର ସ୍ୱାଇଁ, ଲିଙ୍ଗରାଜ ସେଠୀ, ଯୁଧିଷ୍ଠିର ନାୟକ, ସୁବାସ ବେଉରା, ନଟବର ମହାରଣା ମିଳନ ରାଉତ ପୁର୍ଣ ପଟନାୟକ,ଚିତରେସେନ ପାତ୍ର, ପ୍ରମୋଦ ଛୋଟରାୟ ଶଶି ଭୂଷଣ ବାରିକ ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ପୂଜା ମଣ୍ଡପ ପାଖରେ ଉପସ୍ଥିତ ହୋଇ ମାଙ୍କ ପୂଜାବିଧିର ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି। ଏବଂ କୋଣାର୍କ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପୂଜା ମଣ୍ଡପ ପାଖରେ କୋଭିଡ଼ି କଟକଣା ପାଳନ ପାଇଁ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତ୍ୟୁତରେ ଫୋର୍ସ ମୁତୟନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।