କୋଣାର୍କ ରେ ପଶୁପକ୍ଷୀ ଙ୍କ ଲାଗି ଦେବଦୂତ ସାଜିଲେ ସରପଞ୍ଚ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କରୋନା ମହାମାରୀ ସମୟରେ ଭୋକ ଉପାସରେ ବୁଲୁଥିବା ଗାଇ ଗୋରୁ ଓ ଵୁଲା ଷଣ୍ଢ ମାନଙ୍କୁ ପ୍ରତ୍ୟେକ ଦିନ ସକାଳ ସମୟରେ କୋଣାର୍କ ଥାନା ଅଧୀନସ୍ଥ ଅଚ୍ୟୁତ ପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭକ୍ତ ବଲ୍ଲଭ ଦାଶ ଙ୍କ ନେତୃତ୍ୱରେ ତାଙ୍କର ଏକ ଟିମ ଭ୍ରାମ୍ୟମାଣ ଗାଡ଼ି ଯୋଗେ ଵୁଲା ଗାଈ ଗୋରୁ, କୁକୁର, ମାଙ୍କଡ଼, କାଉ କୋଇଲି,ମାନଙ୍କୁ ରନ୍ଧା ଖାଦ୍ୟ, ଦିଆଯାଉଛି। କୋଣାର୍କ ଏନ ଏ ସି ସମେତ ଅଚ୍ୟୁତ ପୁର ଛକ, ଵାଲି କପିଳେଶ୍ଵର ଛକ, ସୂତନ ଛକ, ଜୁଣେଈ ଛକ ସମେତ ୧୦ରୁ ଉର୍ଦ୍ଧ୍ବ ସ୍ଥାନରେ ପ୍ରତିଦିନ ସକାଳ ସମୟରେ କୁନ୍ଦ ଯୋଗେ ଵୁଲା ଷଣ୍ଢ ଓ ଗାଇ ଗୋରୁ ମାନଙ୍କୁ କୁଣ୍ଡ, ଚୋକଡ ଦିଆଯାଇ ମୁହାଁ ଯାଉଛି। ସରପଞ୍ଚ ଶ୍ରୀ ଦାଶ ଙ୍କ ସାମ୍ପ୍ରତିକ ସମୟରେ ଏପରି କାର୍ଯ୍ୟ କୁ କୋଣାର୍କ ସମେତ ଗୋପ ଅଂଚଳ ରେ ଵିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଵୁଧିଜିଵି ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ