କୋଣାର୍କ ରେ ମାଗଣା ଚକ୍ଷୁ ଶିବିର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଜଗନ୍ନାଥ ମେଡିସିନ୍ ଷ୍ଟୋର କୋଣାର୍କ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ସହ ମେଡିସିନ୍ ଓ ଚସମା ପ୍ରଦାନ କରାଯାଇଛି । ଆଖି ଆମ ଶରୀର ପ୍ରତି ମୂଲ୍ୟବାନ । ତାହାର ଯନ୍ତ୍ର ନେବା ଆମର ଏକାମ୍ୟ । ଏପରି ବାର୍ତ୍ତା ନେଇ ଜଗନ୍ନାଥ ମେଡିସିନ୍ ଷ୍ଟୋର ଓ ଅଗ୍ରଓ୍ବାଲସ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା କରାଯାଇଛି । ଏଥିରେ କୋଣାର୍କ ଅଞ୍ଚଳର ପ୍ରାୟ ୫୦ ରୁ ଅଧିକ ଚକ୍ଷୁ ରୋଗୀ ଆସି କୋଣାର୍କ ଷ୍ଟେଟ୍ ବ୍ୟାଙ୍କ୍ ସାମ୍ନାରେ ଥିବା ଜଗନ୍ନାଥ ମେଡ଼ିସିନ ଷ୍ଟୋର ରେ ଚିକିତ୍ସା ପାଇବା ସହ ମାଗଣା ଚସମା ଓ ମେଡିସିନ୍ ନେବା ଦେଖିବାକୁ ମିଳିଥିଲା । ମାଗଣା ଚକ୍ଷୁ ଚିକିତ୍ସା ପ୍ରତି ମାସରେ କରାଯିବ ବୋଲି ଅଗ୍ରଓ୍ବାଲସ ଚକ୍ଷୁ ଚିକିତ୍ସାଳୟ ର ଡ଼ାକ୍ତର ଭବାନୀ ମଲ୍ଲ ଓ ତାଙ୍କ ସହଯୋଗୀ ଦେବାଶିଷ ମହାପାତ୍ର କହିଛନ୍ତି ।