କୋଣାର୍କ ରେ ଵିଜୁଜନତା ଦଳ ପକ୍ଷରୁ ମିଶ୍ରଣ ସମାରୋହ
କୋଣାର୍କ ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ସ୍ଥିତ ମା ଭଗବତୀ ପୀଠ ଠାରେ ଵିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ନଗର ଵିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାର କାନ୍ତି ଵେହେରା, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧିନ କୁମାର ନାୟକ, ପୂର୍ଵତନ ସାଂସଦ ପ୍ରତିନିଧି ଭରତ ଚନ୍ଦ୍ର ନାୟକ, ବରିଷ୍ଠ ନେତା ରାଜ କିଶୋର ମହାପାତ୍ର, ପ୍ରାକ୍ତନ କାଉନସିଲର ପଦ୍ମଚରଣ ବେଉରା, ବିମ୍ଵାଧର ଵେଉରା,ଗୋପବ୍ଲକ ଵିଜୁ ଜନତା ଦଳ ମହିଳା ସଭାନେତ୍ରୀ ପୁଷ୍ପାରାଣୀ ସ୍ବାଇଁ, ପୂର୍ବତନକାଉନସିଲର ସଂଯୁକ୍ତା ତ୍ରିପାଠୀ, କୋଣାର୍କ ଯୁବ ଵିଜେଡି ସଭାପତି ଶତ୍ରୁଜିତ ନାୟକ ପ୍ରମୁଖ ଯୋଗଦେଇ ଆଗାମୀ ଏନ ଏ ସି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା, କୋଣାର୍କ ଏନ ଏ ସି ର ୧୩ଗୋଟି ଓର୍ଡ ରେ ଵୁଥ ସ୍ତରୀୟ କମିଟି ଗଠନ ,କଂଗ୍ରେସ ଓ ବିଜେପି ଦଳ ଛାଡ଼ି ଦଳରେ ଯୋଗ ଦେଇ ଥିବା ପୁରୁଖା ନେତା ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ନିର୍ବାଚନ ମଣ୍ଡଳୀ ର ଵହୁଵିଧ ଉନ୍ନତି ସହ କୋଣାର୍କ ର ସାମଗ୍ରୀକ ଵିକାଶ ପାଇଁ ଵିଜୁ ଜନତା ଦଳ ବଧପରିକର ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ମିଶ୍ରଣ ସମାରୋହ ରେ କଂଗ୍ରେସ ପଛୁଆ ବର୍ଗ ସେଲ ଅଧ୍ୟକ୍ଷ କ୍ଷେତ୍ରବାସୀ ନାୟକ, ଗୀତାରାଣୀ ମଲ୍ଲ, ଶ୍ରୀଧର ମଲ୍ଲିକ, ତେଜଶ୍ବର ସିଂ, ବିମଳ ନାୟକ, କୃଷ୍ଣ ଚନ୍ଦ୍ର ଖଟୋଇ, ମଦନ ମୋହନ ବ୍ରହ୍ମା, ଭାସ୍କର ଲେଙ୍କା ଓ ସିମିଳି ଗ୍ରାମ ପଞ୍ଚାୟତ ଵିଜେପିପ୍ରମୁଖ ଶିଵଵ୍ରତ ସ୍ବାଇଁ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଵିଜେଡି ରେ ସାମିଲ ହୋଇଥିଲେ। ଏହି ନେତା ଓ କର୍ମୀ ମାନଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାର କାନ୍ତି ଵେହେରା ପୁଷ୍ପ ଗୁଚ୍ଛ ସହ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ। ଏହି ମିଶ୍ରଣ ସମାରୋହ କୁ ଯୁବନେତା ସୁଶାନ୍ତ କୁମାର ଵେଉରା, ନୃସିଂହ ପ୍ରସାଦ ନାୟକ, ଵାପିନ ଵେଉରା, ନିହାର ରଞ୍ଜନ ନାୟକ ଓ ଟୁଟୁ ଵେଉରା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ପୂର୍ବତନ କାଉନସିଲର ପ୍ରତାପ ଚନ୍ଦ୍ର ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।