କୋଣାର୍କ ରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ର ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି କୋଣାର୍କ ଏନ ଏ ସି ସ୍ଥିତ ୧୦ ନଂ ୱାର୍ଡ ଅନ୍ତର୍ଗତ ମାଧିପୁର ଛକ ନିକଟରେ ଅବସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ , କୋଣାର୍କ ର ବାର୍ଷିକ ପ୍ରତିଷ୍ଠା ଦିବସ ଅତି ଆନନ୍ଦ ଓ ଉଦ୍ଧିପନା ସହିତ ପାଳନ କରାଯାଇଅଛି | ଉକ୍ତ ଦିବସରେ ବିଦ୍ୟାଳୟର ପ୍ରତିଷ୍ଠାତା ମହୋଦୟ ସମୀର କୁମାର ଭୂୟାଁ, ଅତିଥି ଓ ପରାମର୍ଶଦାତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେହେରା, ଶ୍ରୀଯୁକ୍ତ ପ୍ରତାପ ଗୋଛାୟତ, ରାମକୃଷ୍ଣ ମହାନ୍ତି, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର , ସଞ୍ଜୟ ପତି, ରବୀନ୍ଦ୍ର ନାଥ ବାହିନୀପତି , ପ୍ରସନ୍ନ ବଳ ସମେତ ବିଦ୍ୟାଳୟର ଅଧକ୍ଷ୍ୟା ଶୁଭଲକ୍ଷ୍ମୀ ଦାଶ , ବିଦ୍ୟାଳୟ ର ଉପ ଅଧକ୍ଷ ଶ୍ରୀଯୁକ୍ତ ଅତୁଲ କୁମାର ପତି ମହୋଦୟ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ମାନଙ୍କ ସହିତ ସେମାନଙ୍କର ଅଭିଭାବକ ମାନେ ଯୋଗ ଦେଇ ବିଦ୍ୟାଳୟର ଉତ୍ତରତର ଉନ୍ନତି ନିମନ୍ତେ ପର୍ଯ୍ୟଲୋଚନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନେ ବିଦ୍ୟାଳୟର ପ୍ରଥମ ଅଧକ୍ଷା ସ୍ୱର୍ଗତ ଶ୍ରୀମତୀ ଲିଜାଲିନ ପାତ୍ରଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ, ବିଦ୍ୟାଳୟର ଉନ୍ନତି ନିମନ୍ତେ ସେ ଦେଖିଥିବା ସ୍ବପ୍ନକୁ ପୁରଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ | ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସଭାଟିକୁ ସାଙ୍ଗ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ