କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ଯୋତିରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବରିଷ୍ଠ ପରିବେଶବିତ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ଚନ୍ଦ୍ରଭାଗା ବେଳାଭୂମି ଠାରୁ ଏହି ବେଳାଭୂମି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ଜବାହାର ନବୋଦୟ ବିଦ୍ୟାଳୟ , ବିବେକାନନ୍ଦ ଶିକ୍ଷାକେନ୍ଦ୍ର , ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ଯାପୀଠ , କୋଣାର୍କ ଉଚ୍ଚ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏହି ପଦଯାତ୍ରାରେ ଅଂଶଗ୍ରହଣ କରି ଚନ୍ଦ୍ରଭାଗା ବେଳାଭୂମି ଠାରୁ ପଦଯାତ୍ରା କରି ସାହୁଖଣତା ପର୍ଯ୍ୟନ୍ତ ଦୀର୍ଘ ୪ କିମି ପଦଯାତ୍ରା କରିଥିଲେ। ସାହୁଖଣତା ସ୍ଥିତ ଇକୋରିଟ୍ରିଟ ସନ୍ନିକଟ ବେଳାଭୂମି କୂଳରେ ଏକ ପଦଯାତ୍ରା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସାମାଜିକ କର୍ମୀ ତଥା ଶିକ୍ଷାବିତ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ପରିବେଶବିତ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ କର , ପୁରୀ ଜିଲ୍ଲା ଯାଦବ ମହାସଂଘର ସଭାପତି ଗୋପାଳ ଚନ୍ଦ୍ର ବେହେରା , କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବିନ୍ଦ୍ର ନାଥ ବାହିନୀପତି , କୋଣାର୍କ ମେଡିକାଲର ଡାକ୍ତର ବିଧୂଭୂଷଣ ନାୟକ, ଚମ୍ପାହର ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ , କୋଣାର୍କ କିନ୍ନର ସଂଘ ସଭାପତି ଦୀପା କିନ୍ନର , ଅଚ୍ୟୁତପୁର ସରପଞ୍ଚ ରଶ୍ମିତା ଶତପଥୀ , ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ଓ ଯୁବ ସଂଗଠକ ସୁଶାନ୍ତ କୁମାର ବେଉରା ପ୍ରମୁଖ ଯୋଗ ଦେଇ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳାଭୂମି ପଦଯାତ୍ରା ମାଧ୍ୟମରେ ସ୍ବଚ୍ଛ ବେଳାଭୂମି , ପରିବେଶ ସୁରକ୍ଷା , ସ୍ବଚ୍ଛ କୋଣାର୍କ ସବୁଜ କୋଣାର୍କର ବାର୍ତ୍ତା ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ଅନୁପ୍ରାଣିତ କରିବା ସହ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ସାମ୍ବାଦିକ ସଂଘର ଉପସଭାପତି ଭାଗୀରଥୀ ସ୍ଵାଇଁ, ସଂପାଦକ ମନୋରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଅଜିତ କୁମାର ମଲ୍ଲିକ, ପ୍ରଦୀପ କୁମାର ଛାଟୋଇ, ସୁକାନ୍ତ କୁମାର ବିଶ୍ବାଳ, ନିର୍ମଳ କୁମାର ପ୍ରଧାନ, ଗଣେଶ ଚନ୍ଦ୍ର ବେହେରା , ପ୍ରମୋଦ ଗୋଚ୍ଛାୟତ , ଅରୁଣ କୁମାର ବିଶ୍ବାଳ ଓ ଅରୁନଭ କର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ