କୋଣାର୍କ ସାହିତ୍ୟ ଆସର ରେ ବ୍ୟଙ୍ଗ କବିତା ଆସର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର କୋଣାର୍କ ଠାରେ ଚାଲିଛି କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଏହି ଅବସର ରେ ଆଜି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ କୋଣାର୍କ ସାହିତ୍ୟ ସଂସଦ, ରାଜ୍ଯ ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ର ମିଳିତ ଆୟୋଜନ ରେ ଅନୁଷ୍ଟିତ ହୋଇଥିଲା ବ୍ୟଙ୍ଗ କବିତା ଆସର। ଏହି ଆସର ରେ ଶତାଧିକ କବି ସ୍ୱ ସ୍ଵ ରଚିତ ବ୍ୟଙ୍ଗ କବିତା ପାଠ କରିଥିଲେ। ଏହି ଉତ୍ସବ ରେ ଆୟୋଜକ ଅନୁଷ୍ଠାନର ଉପଦେଷ୍ଟା ଗୋପିନାଥ କର ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ପ୍ରାଚୀ ସାହିତ୍ୟ ସଂସଦ ର ସଂପାଦକ ଡଃ ସନ୍ତୋଷ କୁମାର ମିତ୍ର ଯୋଗଦାନ କରିଥିଲେ।ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା


