କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ବିଶାଳ ଜନ ସମାବେଶ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଅଞ୍ଚଳର ସାମଗ୍ରିକ ବିକାଶ ଓ ବହୁବିଧ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆଠାରେ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେବାକୁ ଆସିଥିବା ବେଳେ କୋଣାର୍କ ସ୍ଥିତ ମାଧିପୁର ଛକ ଠାରେ ସୁରକ୍ଷା ପରିଷଦ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ପରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମାଧିପୁର ଛକ ଠାରୁ ବିଶାଳ ପଦଯାତ୍ରାରେ ଚାଲି ଚାଲି କୋଣାର୍କ ଶାମୁକା ପଡିଆଠାରେ ପହଞ୍ଚି ଥିଲେ । କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଆବାହକ ସୁରେନ କୁମାର ପାଲ ମୁଖ୍ୟ ଅତିଥି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାବେଶ ଆରମ୍ଭ ହୋଇଥିଲା । କୋଣାର୍କ ସୁରକ୍ଷା ପରିଷଦ ସଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜନ ସମାବେଶରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଯୋଗ ଦେଇ କୋଣାର୍କ ଅଞ୍ଚଳର ଜମିଜମା ସମାସ୍ୟାର ସମାଧାନ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, କୋଣାର୍କ ହେଲିପ୍ୟାଡର ଆଧୁନିକୀକରଣ, କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏରିଆ ହସ୍ପିଟାଲର ମାନ୍ୟତା ପ୍ରଦାନ, କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉତ୍ତୋଳନ କରୁଥିବା ଫଟୋ ଗ୍ରାଫର ମାନଙ୍କୁ ନ୍ୟାୟ ପ୍ରଦାନ, ଚନ୍ଦ୍ରଭାଗା ତୀର୍ଥ ଓ ବେଳା ଭୁମି ସୌନ୍ଦର୍ଯ୍ୟକରଣ, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସମେତ ବହୁବିଧ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟକାରିତା ଉପରେ ଗୁରୁତ୍ଵାରୋପ କରି ସମାଧାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାବେଶରେ କୋଣାର୍କ ସୁରକ୍ଷା ପରିଷଦ ର ମୁଖ୍ୟ ଉପଦେଷ୍ଟା ତଥା ସାମ୍ବାଦିକ ଅକ୍ଷୟ କୁମାର ନାୟକ, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ବିଜେପି ସଭାପତି ନିକୁଞ୍ଜ ପଟ୍ଟନାୟକ, ମନ୍ମଥ ମଲ୍ଲିକ, ହରିହର ବେହେରା, ସୁସଂଗଠକ ଅମ୍ବିକା ପଣ୍ଡା, ନାରୀ ନେତ୍ରୀ ବିଦ୍ୟୁତ ପ୍ରଭା ସ୍ୱାଇଁ, ମିନର୍ଭା ରାଉତ, ବରିଷ୍ଠ ସଂଗଠକ ଜୀବନ ସାହୁ, ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ପ୍ରମୁଖ ଯୋଗ ଦେଇ କୋଣାର୍କ ଅଞ୍ଚଳର ବହୁବିଧ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମୁଖ୍ୟ ଅତିଥି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମାବେଶ ରେ ୧ହଜାରରୁ ଉର୍ଦ୍ଧ୍ବ ଅପରାଜିତା ପ୍ରେମୀ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର ଓ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତୃତ୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗ୍ରସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।