କୋଣାର୍କ ସୁରକ୍ଷା ସମିତି ଓ ସୂର୍ଯ୍ୟନାରାୟଣ ବନ ସୁରକ୍ଷା ସମିତି ମହାସଂଘ ପକ୍ଷରୁ ଜଳ ସେବା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବୈଶାଖ ମାସ ଶେଷ ଶନିବାର ଉପଲକ୍ଷେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ନବଗ୍ରହ ପୀଠ ପରିସରରେ କୋଣାର୍କ ସୁରକ୍ଷା ସମିତି ଓ ସୂର୍ଯ୍ୟନାରାୟଣ ବନ ସୁରକ୍ଷା ସମିତି ମହାସଂଘ ପକ୍ଷରୁ ଜଳ ସେବା କେନ୍ଦ୍ର ଖୋଲାଯାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ଦହି ସରବତ ମାଗଣାରେ ବଣ୍ଟନ କରାଯାଇଥିଲା। ସୂର୍ଯ୍ୟ ନାରାୟଣ ଇ.ଡି.ସି ମହାସଂଘ ର ସଭାପତି ଭାଗିରଥି ସ୍ୱାଇଁ ସମ୍ପାଦକ ତଥା ବାଣପଦା ଇ.ଡି.ସି ସଭାପତି ବିଶ୍ୱଜିତ୍ ନାୟକ , କୁଞ୍ଜମଠ ଇ.ଡି.ସି ସଭାପତି ଆଲୋକ ଦାସ, ରାଉଳ ପାଟଣା ଇ.ଡି.ସି ସଭାପତି ପହଲା କାଣ୍ଡି, ମାଙ୍କରଗୋରଡି ଇ.ଡି.ସି ସଭାପତି ବିନାୟକ ସ୍ୱାଇଁ, କୁରୁଜଙ୍ଗ ଇ.ଡି.ସି ସଭାପତି ଦେବେନ୍ଦ୍ର ପାତ୍ର ଙ୍କ ସହାୟତା ରେ ଉକ୍ତ ପୀଠରେ ଜଳ ଛତ୍ର ସହ ସୁବାସିତ ଦହିପଣା ର ବେବସ୍ଥା କରାଯାଇଥିଲା।ଯାହା ଫଳରେ ପ୍ରଚଣ୍ଡ ଖରାରେ ହଜାର ହଜାର ଶ୍ରଦ୍ଧାଳୁ ପିଇବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା। କୋଣାର୍କ ସୁରକ୍ଷା ସମିତି ର ନିରଞ୍ଜନ ତ୍ରିପାଠୀ, ବିରଞ୍ଚି ନାରାୟଣ ରଥ ଓ ସମସ୍ତ କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ କୁ ସୁଚାର ରୂପେ ସମ୍ପାଦନ କରିଥିବା ଦେଖିବକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ