କୋଣାର୍କ ସେଣ୍ଟ ଜାଭିୟର ହାଇସ୍କୁଲ ରେ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ରେ ଗତ ବୁଧବାର ଦିନ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ଏହା ସକାଳ ୯:୩୦ ରୁ ଆରମ୍ଭ ହୋଇ ଦିନ ୧:୩୦ ସମୟରେ ଶେଷ ହୋଇଥିଲା l ପ୍ରାୟ ୯୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ ସମସ୍ତ ପ୍ରତିଯୋଗୀ ମାନେ ତାଙ୍କର ବିଜ୍ଞାନିକ କୌଶଳ କୁ ପ୍ରଦର୍ଶନ କରିବା ସହିତ ନିଜର ପରିକଳ୍ପନା ରେ କିଛି ନୂତନ ତ ଆଣିବାରେ ପ୍ରୟାସ କରିଥିଲେ ଯାହାକି ଆମ ସମାଜ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରୁଛି l ବିଦ୍ୟାଳୟ ର ପ୍ରତିଷ୍ଠାତା ସମୀର କୁମାର ଭୁଇଁଆ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହିତ ବିଜ୍ଞାନ କୁ ବିସ୍ୱାଭିମୁଖୀ କରିବା ଉଦେଶ୍ୟ ରେ ଅଭିଭାଷଣ ରଖିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ର ପ୍ରକଳ୍ପ କୁ ପରିଦର୍ଶନ କରି ବିଭିନ୍ନ ପ୍ରଶ୍ନ ପଚାରି ଥିଲେ l ଏହି କାର୍ଯ୍ୟକ୍ରମ କୁ ଅଭିଭାବକ ମାନଙ୍କ ସମତେ ଅନ୍ୟ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଏହି ବିଜ୍ଞାନ ମେଳା କୁ ଉପଭୋଗ କରିଥିଲେ l ଏହି ପରିପରେକ୍ଷୀରେ ୨୧ ତାରିଖ ଦିନ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା। ପିଲାମାନଙ୍କ ଦ୍ଵାରା ୧୦୦ମିଟର ଦୌଡ଼, ଆଳୁ ଚାମଚ, ଅଙ୍କ କଷା, ଅଖା ଡୀଆଁ , ଆଦି ପ୍ରତିଯୋଗିତା ରେ ପ୍ରଥମ , ଦ୍ୱିତୀୟ , ତୃତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦେବା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶୁଭଲଷ୍ମୀ ଦାଶ ଙ୍କ ସହିତ ଅତୁଲ କୁମାର ପତି, କୁନୀଳତା ସ୍ୱାଇଁ , ସଂଞ୍ଜିବ କାଣ୍ଡି , ବାଦଲ ସ୍ବାଇଁ , ପୁଷ୍ପାଞ୍ଜଳୀ ମଲ୍ଲିକ ଏବଂ କାହ୍ନୁ ଚରଣ ମହାରଣା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡ଼ା କୁ ସୁଚାରିତ ଭାବରେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ