କୋଣାର୍କ ସେବା ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଂଗାଧର ପ୍ରଧାନଙ୍କ ମାନସ ସନ୍ତାନ ନାଟ୍ୟ ମଣ୍ଡପ, ଅର୍କବିହାର ପରିସରରେ କୋଣାର୍କ ସେବା ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଗଠନର ସଭାପତି କୁନାଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଅତିଥି ଭାବରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା, ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର,  ଗୋପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, କୋଣାର୍କ ଆଲୁମିନି ଆସୋସିଏସନ ସଭାପତି ହୃଦାନନ୍ଦ ସେଠୀ, ତରକୋର ସମିତି ସଭ୍ୟ କାଶୀନାଥ ନାୟକ, ସମାଜସେବୀ ରଶ୍ମିରଞ୍ଜନ ବିଶ୍ବାଳ ପ୍ରମୁଖ ଯୋଗଦେଇ ସେବା ସଂଗଠନର କୋଭିଡ ସମୟରେ ଗୋସେବା, ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ ଓ ସାମାଜିକ ବନୀକରଣ କାର୍ଯ୍ୟକ୍ରମ ସମାଜ ପ୍ରଗତି ପାଇଁ ଏକ ପ୍ରେରଣାର ଉତ୍ସ ଭାବେ ଯୁବ ପିଢି ମାନଙ୍କୁ ସମାଜ କ୍ଷେତ୍ରରେ ଅନୁପ୍ରାଣିତ କରିପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ବନାଚଂଳ ଅଧିକାରୀ ବେଣୁଧର ବେହେରା, ତରକୋର ସମିତି ସଭ୍ୟ କାଶିନାଥ ନାୟକଙ୍କ ସମେତ ସେବା ପାଇଁ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ସାମାଜିକ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋଣାର୍କ ସେବା ସଂଗଠନର ପ୍ରିୟ ରଂଜନ ରଥ, ଅଜିତ କୁମାର ସ୍ଵାଇଁ, ମୁନା ମହାପାତ୍ର ଓ ବ୍ରଜବନ୍ଧୁ ବିଶ୍ବାଳ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟମାନେ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ