କୋଦଳାରେ ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

କୋଦଳା :ଓଡ଼ିଶାର କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଜି ସାରା ଓଡ଼ିଶାରେ ପାଳନ କରାଯାଇଛି l କୋଦଳା ଏନଏସିର ବିଜେଡି ପକ୍ଷରୁ ମା ନାରାୟଣୀ ମନ୍ଦିର ପରିସରରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ବହୁତ ଆଡମ୍ବରରେ ପାଳିତ ହୋଇଯାଇଛି l କୋଦଳା ଅଞ୍ଚଳର ଶତାଧିକ ବିଜେଡି କର୍ମୀଙ୍କ ସହଯୋଗରେ ସ୍ବର୍ଗତ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ବିଜୁ ପଟ୍ଟନାୟକଙ୍କ ଅବଦାନ ବିଷୟରେ ସମସ୍ତ କର୍ମୀ ନିଜନିଜର ବକ୍ତବ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମରେ କୋଦଳା ବିଜେଡି ନଗର ସଭାପତି ସଂଜୀବ କୁମାର ସାହୁ, ସମ୍ପାଦକ ଗୋପାଳ କୃଷ୍ଣ ସାହୁ, କେଦାର ନାୟକ, ସତୀଶ ଆଚାରି, ବିଜେଡି ଯୁବ ନେତା ସନ୍ତୋଷ କୁମାର ସେଠୀ, ସୁଦାମ ମହାନ୍ତି, ସତୀଶ ପଟ୍ଟନାୟକ, ଆଲୋକ ବାରିକ, ପ୍ରିୟବନ୍ଧୁ ଆଚାରି, ଭାସ୍କର ସ୍ୱାଇଁ, ସୁମନ ନାହାକ, ବାଦଲ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ