କୋଦଳାରେ ସଚେତନତା ଯୋଗୁଁ କମିଛି କରୋନାର ପ୍ରଭାବ

କୋଦଳା, (ଗୁଲସନ କୁମାର କର):ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲା। ତାହାର ସଂଖ୍ୟା ଏବେ କମୁଥିବା ଦେଖିବାକୁ ମିଳୁଛି। ସେହିଭଳି କୋଦଳା ତହସିଲ ଏରିଆରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି ତାହାର ଶ୍ରେୟ ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୋଲିସ,ପ୍ରସାସନକୁ ଯାଉଛି । ପ୍ରତେକ ଦିନ ତହସିଲଦାର ପ୍ରଭାତ କୁମାର ପରିଡା ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ କଠୋର ପଦକ୍ଷେପ ଓ ସଚେତନତା ଦ୍ଵରା କିଛି ପରିମାଣରେ ଏହାର ସଂକ୍ରମଣ କମିଛି। ପ୍ରତେକ ଦିନ ସମସ୍ତ ଦୋକାନ ମାନ ତଦାରଖ ସହ ପ୍ରତେକ ଗାଁ ଓ ସାହିକୁ ଯାଇ ସଚେତନତା ଓ ଦୋକାନ ସମ୍ମୁଖରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା,ମାସ୍କ ପରିଧାନ କରିବା ଉପରେ ଧ୍ୟାନ ଦେଉଛନ୍ତି। ଏତତ୍ ବ୍ୟତୀତ ଅମାନିଆଙ୍କଠୁ ଫାଇନ ଆଦାୟ କରି ସେମାନଙ୍କୁ ସଚେତନ କରାଉଛନ୍ତି। ଯଦ୍ୱାରା ପୂର୍ଵଭଳି ସେମାନେ ଭୁଲ ନ କରିବେ। ସଚେତନତାର ପ୍ରଭାବ ମଧ୍ୟ ଏହି ଅଞ୍ଚଳରେ ଧୀରେ ଧୀରେ ଦେଖାଯାଉଛି ଯାହାଫଳରେ କରୋନା ସଂକ୍ରମଣ ର ମାତ୍ରା କମୁଛି। ବୁଦ୍ଧିଜୀବୀ ମାନେ ମଧ୍ୟ ତହସିଲଦାରଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ