କୋଦଳାରେ ସମବାୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ, ଥାନାରେ ମାମଲା ରୁଜୁ
କୋଦଳା:ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ କୋଦଳା ମୁଖ୍ୟ ରାସ୍ତା ଉପରେ ଥିବା ସମବାୟ ବ୍ୟାଙ୍କରୁ ବୁଧବାର ବିଳମ୍ବିତ ରାତ୍ରିରେ ଚୋରୀ ଉଦ୍ଯମ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ବୁଧବାର ବ୍ଯାକଂ କାର୍ଯ୍ୟ ସାରି କର୍ମଚାରୀ ମାନେ ଅପରାହ୍ନ ୫ଟା ରେ ବ୍ଯାକଂ ବନ୍ଦ କରି ଚାଲିଯାଇଥିଲେ। ରାତିରେ ଚୋରୀ ଉଦେଶ୍ୟରେ କିଛି ବ୍ଯକ୍ତି ବ୍ଯାକଂ ପଛପଟୁ ଆସି ଗ୍ରୀଲ୍ ଭାଗିଂବା ସହ ସାଇରନ୍, ଇଲେକ୍ଟ୍ରିକ୍ ଲାଇନ୍ କୁ କାଟି ଦେଇଛନ୍ତି। ଚୋରୀ କରିବା ବିଫଳ ହେବା ପରେ ବ୍ଯାକଂ କାର୍ଯ୍ୟାଳୟ ଚାଲିଥିବା ଘରର ମାଲିକ ଗଦାଧର କରଣକଂ ସ୍ତ୍ରୀ ବିଷ୍ନୁ କରଣକଂ ବେକରୁ ଅଢେଇ ତୋଳା ସୁନା ଚେନ୍ ଚିଡାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ ଚୋର ଚୋର ବୋଲି ପାଟି କରିବା ପରେ ସମସ୍ତେ ଫେରାର୍ ହୋଇଯାଇଥିବା କହିଛନ୍ତି ଘର ମାଲିକକଂ ସ୍ତ୍ରୀ। ଏନେଇ କୋଦଳା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ପ୍ରସାଦ ଗୌଡ଼ କୋଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାଇନଟିଫିକ ଟିମ୍ ବ୍ଯାକଂ କୁ ଆସି ଛାନଭିନ୍ ଆରମ୍ଭ କରିଥିଲେ।କୋଦଳା ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଥିବା ବେଳେ କୌଣସି ଅପରାଧୀ ଧରା ପଡିନଥିବା ଜଣାପଡିଛି। କୋଦଳା ସହରରେ ଏଭଳି ଚୋରୀ ଉଦ୍ଯମ ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।