କୋଦଳା ଏନଏସିରେ ଲୋକେ ପିଉଛନ୍ତି ଅପରିଷ୍କାର ଗୋଳିଆ ପାଣି

କୋଦଳା, (ଗୁଲସନ କୁମାର କର):କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା ବୃଦ୍ଧି ପାଉଥିବା ବେଳେ ଲୋକେ କିପରି ସ୍ବଚ୍ଛ ଓ ସୁସ୍ଥ ରହିବେ ସେ ନେଇ ସଚେତନତା କରାଯାଉଛି। ରାଜ୍ୟର ଗଂଜାମ ଜିଲ୍ଲା ଏବେ ହଟସ୍ପଟ ଜୋନ୍ ରେ ପରିଗଣିତ ହୋଇ ସାରିଛି ।ଗଂଜାମ ଜିଲ୍ଲାରେ ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ବେଳେ ଜିଲ୍ଲାର କୋଦଳା ଏନଏସି ଅନ୍ତର୍ଗତ ୫୦ ରୁ ଅଧିକ କରୋନା ପଜିଟିଭି ବାହାରି ସାରିଛନ୍ତି। ଏଭଳି ସ୍ଥଳେ କୋଦଳା ଏନଏସି ଅନ୍ତର୍ଗତ ସବୁ ୱାର୍ଡ ରେ ଏବେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଳିଆ ପାଣି ଯୋଗାଣ ହେଉଥିବା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୂହେଁ, ପାଖାପାଖି ଏକ ସପ୍ତାହ ଧରି ଏନ୍ ଏ ସି ବାସିନ୍ଦାଙ୍କୁ ଏଭଳି ଗୋଳିଆ ତଥା ଅପରିସ୍କାର ପାଣି ଯୋଗାଣ ହେଉଥିବା ଏନ୍ ଏ ସି ବାସିନ୍ଦା ଅଭିଯୋଗ କରିଛନ୍ତି। ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ବାଧ୍ୟ୍ୟ ବୋଲି ଢେଣ୍ଡୁରା ପିଟୁଥିବା ବେଳେ ଗାଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବା ଦୂରର କଥା, ସହରାଞ୍ଚଳ ତଥା ଏନ୍ ଏ ସି ମଧ୍ୟରେ ଏଭଳି ଅପରିସ୍କାର ପାଣି ଦିଆଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା କୋଦଳା ଜନସ୍ବାସ୍ଥ୍ୟ ବିଭାଗରେ ଦୀର୍ଘ ଦିନ ଧରି ସ୍ଥାୟୀ ଯନ୍ତ୍ରୀ ନାହାଁନ୍ତି କି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ପାଣି ଯୋଗାଣ ପାଇଁ ଯେଉଁ ଟ୍ୟାକ୍ସ ରହିଛି ତାହା ଉପଯୁକ୍ତ ବ୍ୟବଧାନ ସଫେଇ କରାଯାଉଥିବା ଏବଂ ବିଭିନ୍ନ ସ୍ଥାନରେ ପାଇପ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ମରାମତି ହେଉନଥିବାରୁ ଗୋଳିଆ ପାଣି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅପରିସ୍କାର ପାଣି ପିଇବା ଫଳରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି କିନ୍ତୁ ସ୍ଵଛ ପାଣି ପାଇବା ପାଇଁ ଏନ୍ ଏ ସି ବାସିନ୍ଦାଙ୍କ ଅନ୍ୟ ଉପାୟ ନଥିବା କହିଛନ୍ତି ୱାର୍ଡ ବାସିନ୍ଦା ।କରୋନା ମହାମାରୀ ପରି ଏକ ମହା ବିପତ୍ତି ସମୟରେ ଏଭଳି ଗୋଳିଆ ପାଣି ପ୍ରଶାସନ ପକ୍ଷରୁ ଦିଆଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ତୁରନ୍ତ ପ୍ରଶାସନ ପକ୍ଷରୁ ଏନେଇ ଠୋସ୍ ପଦକ୍ଷେପ ନ ନିଆଗଲେ ଆଗକୁ ବିପଦ ଘନେଇ ପାରେ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ