କୋଦଳା ଏନଏସି ରେ କେନ୍ଦ୍ରୀୟ ଟିମ୍
କୋଦଳା, (ଗୁଲସନ କୁମାର କର):ଶନିବାର କେନ୍ଦ୍ରୀୟ ଟିମ୍ କୋଦଳା ଏନଏସି ଗସ୍ତରେ ଆସି ଏନଏସି କାର୍ଯ୍ୟାଳୟ ଠାରେ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀକଂ ସହ ଆଲୋଚନା କରିଛନ୍ତି ।ଏଥିରେ ଝାଡଖଣ୍ଡ ବିଜେପିର ପୂର୍ବତନ ସଭାପତି ଦୀନେଶାନନ୍ଦ ଗୋସ୍ବାମୀଙ୍କ ସହ ରାଜ୍ୟ ବିଜେପି ଉପସଭାପତି ଅନୀତା ଶୁଭଦର୍ଶନୀ, ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ଉପସ୍ଥିତ ଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀ ମାନେ କିଭଳି ଉପକୃତ ହୋଇଛନ୍ତି, କେନ୍ଦ୍ର ଯୋଜନାକୁ କିଭଳି କାର୍ଯ୍ଯକାରୀ କରାଯାଇଛି ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଲାଭାର୍ଥୀକଂ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏହି ଟିମ୍। ତୃଣମୂଳସ୍ତରରେ ଯୋଜନା ଗୁଡିକ କାର୍ଯ୍ଯକାରୀ କରିବା ପାଇଁ କେଉଁ କେଉଁ ସମସ୍ଯା ରହୁଛି, ରାଜ୍ୟ ସରକାରଙ୍କ ପକ୍ଷରୁ କିଭଳି ସହଯୋଗ ମିଳୁଛି ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା


