କୋଦଳା ଏନ୍.ଏ.ସି ଠାରେ ଜନ ଅଭିଯୋଗ ଶୁଣାଣି

କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କାର‌୍ୟ୍ୟାଳୟ ଠାରେ ଗୁରୁବାର ପ୍ରଥମ ଥର ପାଇଁ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କବିସୂର‌୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଏନ୍ ଏ ସି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା, ଥାନା ଏ ଏସ୍ ଆଇ ଅନୀଲ କୁମାର ସାହୁ, ଏନ୍ ଏ ସି କର୍ମଚାରୀ ବିପିନ୍ ବିହାରୀ ବିଷୋୟୀ, କଭରେଜ ଖାନ୍ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣୀ କରିଥିଲେ। ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ସାହି ରାସ୍ତା ନିର୍ମାଣ ଭଳି ବହୁ ଅଭିଯୋଗ ହୋଇଥିଲା ବେଳେ ସମସ୍ତ ଅଭିଯୋଗକୁ ଗୁରୁତର ସହ ବିଚାର କରି ସଂପୃକ୍ତ ବିଭାଗ ଗୁଡିକୁ ପଠାଯାଇଥିଲା। ସମସ୍ତ ଅଭିଯୋଗ ଗୁଡିକର ବିଚାର କରି ତୁରନ୍ତ ଫଇସଲା ସହ ଉଚିତ୍ ପଦକ୍ଷେପ ନେବାକୁ ବିଧାୟିକା ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ପ୍ରତି ମାସର ଦିତୀୟ ଗୁରୁବାରରେ ଜନଶୁଣାଣି କରାଯିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ