କୋଦଳା ଓକିଲ ସଙ୍ଘ ର ନିର୍ବାଚନ ଅନୁଷ୍ଠିତ
କୋଦଳା,(ଗୁଲସନ କୁମାର କର): କୋଦଳା ଓକିଲ ସଂଘର ନିର୍ବାଚନ ଶନିବାର ଦିନ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଘଟିକାଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଥିବାବେଳେ ମୋଟ ୬୩ ସଦସ୍ୟ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୭ ଗୋଟି ଭୋଟରେ ହରାଇ ବାଳକୃଷ୍ଣ ପଣ୍ଡା ସଭାପତି ହୋଇଛନ୍ତି।ଏବଂ ସଂପାଦକ ଭାବେ ସନ୍ନ୍ୟାସୀ ସାହୁ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଆଇନଜୀବୀ କହିଛନ୍ତି। ଚଳିତ ବର୍ଷକୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତା ଏହି ଭୋଟିଂ ବ୍ୟବସ୍ତା କରାଯାଇଥିଲା।