କୋଦଳା କୋର୍ଟ ପରିସରରେ ବନ ମହୋତ୍ସବ ପାଳିତ

କୋଦଳା, (ଗୁଲସନ କୁମାର କର):ବନ ମହୋତ୍ସବ ସପ୍ତାହ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସରରେ ଆଜି ସକାଳେ ସଚେତନତା ସଭା ସହିତ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘୁମୁସର ବନଖଣ୍ଡ ଓ କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତ, ସବ୍ ଜର୍ଜ ବର୍ଣ୍ଣାଳୀ ତ୍ରିପାଠୀ, ଡେପୁଟି ଫରେଷ୍ଟର ନନ୍ଦ କିଶୋର ସିଂ, ଏସିଏଫ୍ ସଚିନ୍ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ଅନୀତା କୁମାରୀ ସେଠୀ, ଫରେ ଷ୍ଠର ବଳରାମ ଶବର ଅବିନାଶ କଁଅର, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ ସରକାରୀ ଓକିଲ ନିଳାଞ୍ଚଳ ପଲାଇ , ସୋମନାଥ ବେହେରା, ଗୋପାଳ ସାହୁ, ଭାଗିରଥି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋର୍ଟ ପରିସର ଓ ଶିଶୁ ମନ୍ଦିର ପରିସରରେ ଚାରା ରୋପଣ କରାଯାଇଥିଲା। ବଞ୍ଚି ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ। ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ। ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ। ତେଣୁ ଗଛ ଲଗାନ୍ତୁ ଓ ଜୀବନ ବଚାନ୍ତୁ ବୋଲି କହିଥିଲେ ଅତିଥି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ