କୋଦଳା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
କୋଦଳା,(ଗୁଲସନ କୁମାର କର): ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଇଛି । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ କୋଦଳା ଏନଏସି ଠାରେ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ, କୋଦଳା ଏନଏସି, କବିସୂର୍ଯ୍ୟନଗର ବ୍ଲକ ଓ ଏନ ଏ ସି ରୁ ବହୁ ବିଜେଡି ନେତା, ଲୋକ ପ୍ରତିନିଧି ସାମିଲ ହୋଇଥିବା ବେଳେ ବରିଷ୍ଠ ବିଜେଡି ନାରୀ ନେତ୍ରୀ ତଥା ଓଟିଡିସି ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ବିଜୁ ଜନତା ଦଳର ୨୪ ବର୍ଷର ସଫଳତା ବିଷୟରେ କର୍ମୀ ମାନଙ୍କୁ ଅବଗତ କରାଇଥିଲେ।


