କୋଦଳା ଥାନା ପୋଲିସ ପକ୍ଷରୁ ଆଦିବାସୀ ଗ୍ରାମ ବାଇଦିପଡ଼ା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା, (ଗୁଲସନ କୁମାର କର):କୋଦଳା ଥାନା ଅନ୍ତର୍ଗତ ଆଦିବାସୀ ଗ୍ରାମ ବାଇଦିପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲସରା ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ମଲ୍ଲିକ ଯୋଗଦେଇଥିଲେ। ବିଭିନ୍ନ ପ୍ରକାର ଅନ୍ଧ ବିଶ୍ବାସ, ଠକ ସଂସ୍ଥା ଠାରୁ ଦୂରେଇ ରହିବା, ଗୁଣି ଗାରେଡ଼ି କୁ ବିଶ୍ବାସ ନ କରିବା, ଯୌତୁକ ପ୍ରଥାକୁ ବିରୋଧ କରିବା, ଶିଶୁ ଶ୍ରମିକଙ୍କୁ ବ୍ୟବହାର ନକରିବା ସହ ସମାଜ ଉନ୍ନତି ପାଇଁ କାର୍ଯ୍ୟ କରିବା ଆଦି ପ୍ରସଙ୍ଗ ଉପରେ ଲୋକ ମାନଙ୍କୁ ସୁଚନା ଦିଆଯାଇଥିଲା। କୋଦଳା ଥାନା ଅଧୀନରେ ଥିବା ଦୁଇଟି ହାଇସ୍କୁଲର ୯୦ପ୍ରତିଶତ ରୁ ଅଧିକ ମାର୍କ ରଖିଥିବା ଛାତ୍ରୀ ସିମ୍ରାନ ପଣ୍ଡା ଓ ଲିଜା ସ୍ୱାଇଁ ଙ୍କୁ ଆମ ପୋଲିସ୍ ସମିତି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଇଦିପଡ଼ା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ