କୋଦଳା ମେଡିକାଲକୁ କାୟାକଳ୍ପ ଟିମର ପରିଦର୍ଶନ
କୋଦଳା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲକୁ କାୟାକଳ୍ପ ଟିମ ଅଧିକାରୀମାନେ ପରିଦର୍ଶନରେ ଆସି ମେଡିକାଲର ବିଭିନ୍ନ ବିଭାଗକୁ ପରିଦର୍ଶନ କରିଥିଲେ । ଅଧିକାରୀ ମାନେ ମେଡିକାଲର ସ୍ୱଛ ଓ ସୁନ୍ଦରତା ବହୁତ ଗୁରୁତ୍ୱ ଦେବା ସହ ମେଡିକାଲ ବିଭିନ୍ନ ବିଭାଗକୁ ଯାଇ ତଦାରଖ କରିଥିଲେ । ମେଡିକାଲ ଅନ୍ତଃ ବିଭାଗ, ବହିଃ ବିଭାଗ, ଇନ ଡୋର, ଆଉଟ ଡୋର, ଡାଇରିଆ ରୁମ ଏବଂ ମେଡିକାଲ ଭିତରର ବିଭିନ୍ନ କୋଣ ଅନୁକୋଣକୁ ଯାଇ ବୁଲି ଦେଖିଥିଲେ । ଅଧିକାରୀମାନେ ଡାକ୍ତରଙ୍କ ସହ ମେଡିକାଲ ବିଭିନ୍ନ ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଧେଶକ ଡା. ସଂଘମିତ୍ରା ପ୍ରଧାନ, ରାଜ୍ୟ ଆୟୁଷ ପରାମର୍ଶ ଦାତା ଡା ଅସିତ କୁମାର ମହାନ୍ତି, କନିଷ୍ଠ ବର୍ଗ ଡା. ଇତିଶ୍ରୀ ମହାପାତ୍ର ଏବଂ ତା ସହିତ ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ , ଜିଲ୍ଲା ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ଶକ୍ତି କୁମାର ଦିଙ୍ଗଲ, ଜିଲ୍ଲା ଆଶା ପରିଚାଳକ ଆଶିଷ ମିଶ୍ର, ସହ ପରିଚାଳକ ସଞ୍ଜୟ କୁମାର ପରିଡା ପ୍ରମୁଖ ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଚିନ୍ମୟ ମିଶ୍ର, ଶିଶୁ ରୋଗ ବିଶେଷଜ୍ଞ ଡା. ସୁଜିତ କୁମାର ବେହେରା, ବ୍ଲକ ପରିଚାଳକ ଗଣେଷ ନାହାକ, ଆରବିଏସକେ ଡାକ୍ତର, ଏନଏମ, ଫାର୍ମାସିସ୍ଟି, ଷ୍ଟାପ ନର୍ସ, ସୁପର ଭାଇଜର, ଆଟେଣ୍ଡାଟ, ହେଲ୍ପଡେସ୍କ, ସିକ୍ୟୁରିଟି, ସୁଇପର ଓ ଅନ୍ୟାନ୍ୟ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ।