କୋଦଳା ସାମ୍ବାଦିକ ସଙ୍ଘ ର ବୈଠକ ଅନୁଷ୍ଠିତ
କୋଦଳା,(ଗୁଲସନ କୁମାର କର): ସୋମବାର ବାଘୁଆ ଠାକୁରାଣୀଙ୍କ ପୀଠରେ କୋଦଳା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଭଗବାନ ପାଢୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘ ର ସମସ୍ତ ସାମ୍ବାଦିକ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଯେପରିକି ନିର୍ଭୀକ,ସତ୍ୟ ଉପରେ ପ୍ରମାଣ ଯୋଗାଡ଼ କରିବା କାହା ଚାପରେ ବିଚଳିତ ନ ହୋଇ ସଚୋଟ ଭାବରେ ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା ଆଦି ଆଲୋକପାତ ହୋଇଥିଲା। ଏଥିସହିତ ସଚେତନା ମୂଳକ ଖବର ଛାପିବା ଓ କୌଣସି ଖବର ଚାପିବା ପୂର୍ବରୁ ସେହି ଖବରକୁ ପର୍ୟ୍ଯବେକ୍ଷଣ କରିବା ଆଦି। ଏହି ବୈଠକରେ ସାମ୍ବାଦିକ ସନ୍ତୋଷ କୁମାର ସେଠୀ,ଟୁନା ପାଢୀ,ପବିତ୍ର କୁମାର ରାଉତ,ଜଗନ କୁମାର ସେଠୀ,ଗୁଲସନ୍ କୁମାର କର,ଉମା ମହାରଣା, ତୁଷାର ରଞ୍ଜନ ରାୟ,ମୁନା ନାୟକ,ଦେବାଶିଷ ମହାରଣା,ରାକେଶ ମହାରଣା,ସତ୍ୟମ ଶିବମ ସୁନ୍ଦରମ ଆଦି ଯୋଗ ଦେଇଥିଲେ । ଏଥିସହ ଉକ୍ତ ମନ୍ଦିରର ପରିଚାଳନା କମିଟିର ପରି ସାହୁ,ସୁରେନ୍ଦ୍ର ବାଢେଇ,ରବୀନ୍ଦ୍ର ସାସମଲ,କାଁହୁଚରଣ ପୃଷ୍ଟି, ବସନ୍ତ ବାଢେଇ,ସୁଶାନ୍ତ ମହାନ୍ତି ଆଦି ସହଯୋଗ କରିଥିଲେ।