କୋଭିଡରେ ମୃତ ଶିକ୍ଷକ କୁଶଧ୍ବଜ ସେଠୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ବ୍ଳକ ଅନ୍ତର୍ଗତ ଡୁମାକୁମ୍ପା କ୍ଳଷ୍ଟର ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ ଥିବା ଶିକ୍ଷକ ଶ୍ରୀ କୁଶଧ୍ବଜ ସେଠୀଙ୍କ କୋଭିଡ ରେ ଅକାଳ ମୃତ୍ୟୁ ଘଟିଛି | ସେ ଜଣେ ଗଣ ଶିକ୍ଷକ ରୂପେ ମୂଳ ନିଯୁକ୍ତି ପାଇଥିଲେ ମଧ୍ୟ କିଛି କାରଣରୁ ନିୟମିତ ଶିକ୍ଷକ ହେବାରୁ ଦୀର୍ଘ ଦିନ ହେଲା ବଞ୍ଚିତ ହୋଇ ମାତ୍ର ଟ. ୬୧୬୦.୦୦( ଛଅହଜାର ଶହେ ଷାଠିଏ )ଟଙ୍କାରେ କଷ୍ଟରେ ଏ ଦରବୃଦ୍ଧି ସମାଜରେ ପରିବାର ପ୍ରତିପୋଷଣ କରୁଥିଲେ | ଲକଡାଉନ ବେଳେ ପ୍ରବାସୀ ଓଡିଆଙ୍କୁ ଆଣି ରଖାଯାଉଥିବା ଅସ୍ଥାୟୀ ସଙ୍ଗରୋଧକେନ୍ଦ୍ର ଗୁଡିକରେ ସେ ନିୟମ ପ୍ରକାରେ ଉପସ୍ଥିତ ରହି କର୍ତ୍ତବ୍ୟ ସଂପାଦନ କରିଥିଲେ | ସେ ଏହି ଡୁମାକୁମ୍ପା ଗ୍ରାମପଞ୍ଚାୟତ ଅଧିନ ଆଖୁପଦର ପ୍ରାଥମିକ ବିଦ୍ୟାଳୟ, ପରେ ଇନ୍ଦାଗଡ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଜିଲ୍ଲା ଓ ବ୍ଳକ ପ୍ରଶାସନ ର ଚିଠି ପ୍ରକାରେ କାମ କରିଥିଲେ ଓ ପରବର୍ତ୍ତୀ ସମୟରେ କୋଭିଡରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଗତ ଅଗଷ୍ଟ ଛଅ ତାରିଖରେ ଭର୍ତିହୋଇ ତା ସଲଗ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହୋଇଥିଲେ | ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା | ଶେଷରେ ସେ ଗତ ୧୨.୦୮.୨୦୨୦ ଦିନ ପୂର୍ବାହ୍ନ ୧୧.୩୦ମି. ସମୟେ ମୃତ୍ୟୁବରଣ କରିଥିଲେ | ଏହି ଖବର ପାଇ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଏହି ଶିକ୍ଷକ ଙ୍କ ପରିବାରକୁ ଭେଟି ଗଞ୍ଜାମ ଜିଲ୍ଲା ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ତୁରନ୍ତ ଏହି ଶିକ୍ଷକଙ୍କ ପରିବାରକୁ ଟ.୧୦୦୦୦.୦୦( ଦଶହଜାର) ପ୍ରଦାନ ପୂର୍ବକ ସମବେଦନା ଜଣାଇଥିଲେ ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଏସ୍. ଧନଞ୍ଜୟ ଙ୍କ ସମେତ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଓ ସି.ଆର୍.ସି.ସି ତ୍ରିନାଥ ବେହେରା , ପରେ ଡୁମାକୁମ୍ପା କ୍ଳଷ୍ଟର ର ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ତଥା ବ୍ଳକ ଓ ବ୍ଳକ ବାହରୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗ ( ୨୬,୦୦୦ ଟଙ୍କା) ଏହି ଶିକ୍ଷକଙ୍କ ପରିବାରକୁ ସି.ଆର୍.ସି.ସି ଙ୍କ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା | ଯେହେତୁ ଏହି ଶିକ୍ଷକ ଜଣକ ଅତି ଗରିବ ଥିଲେ ଏପରିକି ନିଜର ଚାଳ ଘରଟିକୁ ମରାମତି ବି କରିପାରୁନଥିଲେ | ଏଣୁ ତାଙ୍କ ବିୟୋଗରେ ହତୋତ୍ସାହିତ ପରିବାରକୁ କିପରି ଅଧିକ ଆର୍ଥିକ ସହଯୋଗ ମିଳିବ ସେ ନେଇ ସି.ଆର୍.ସି.ସି ମୃତ ଶିକ୍ଷକ ପତ୍ନୀଙ୍କ ଆନ୍ଧ୍ର ବ୍ୟାଙ୍କ ଏକାଉଣ୍ଟ ନମ୍ବର -୦୦୬୫୧୦୧୦୦୧୨୦୦୦୦ ,ଆଇ.ଏଫ୍.ଏସ୍.ସି କୋଡ- ଇଘଊଈ୦୦୦୦୦୬୫,(ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ) ଭଞ୍ଜନଗର ଶାଖା ଏହି ଆକାଉଣ୍ଟ କୁ ସାର୍ବଜନୀନ କରି ସହଯୋଗ କାମନା କରିଥିଲେ | ଆପଣ ମାନଙ୍କୁ ମଧ୍ୟ ଅନୁରୋଧ ଏହି ମୃତ ଶିକ୍ଷକଙ୍କ ପରିବାରକୁ ଯଥା ସାଧ୍ୟ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ପ୍ରଦାନ କରନ୍ତୁ | ପରବର୍ତୀ ସମୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ଭଞ୍ଜନଗର ଓ ତାଙ୍କ ତରଫରୁ କାର୍ଯ୍ୟାଳୟ ମଧ୍ୟ ଆର୍ଥିକ ସହଯୋଗ( ଟ.୯୩୦୦.୦୦) ପ୍ରଦାନ କରାଯିବା ସହ ମାତ୍ର ପାଞ୍ଚ ଦିନ ଭିତରେ ସି.ଆର୍.ସି.ସିଙ୍କ ସହଯୋଗରେ ସମସ୍ତ ଦରକାରୀ କାଗଜ ପତ୍ର ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନର ସରକାରୀ ସହାୟତା ପ୍ରଦାନ ନିମିତ୍ତ ପ୍ରେରଣ କରାଯାଇଛି |ଏହି ଶିକ୍ଷକଙ୍କ ବିୟୋଗରେ ସମଗ୍ର ଶିକ୍ଷକ ସମାଜ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ଆର୍ଥିକ ସହଯୋଗ କରିବା ସଂପ୍ରତି ତାଙ୍କ ବେସାହାରା ପରିବାର କୁ ନୂଆଁ ଆଶା ଦେଖାଇଛି | ପ୍ରଦତ୍ତ ଆକାଉଣ୍ଟ ଯୋଗେ ସର୍ବସାଧାରଣ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ସି.ଆର୍.ସି.ସି ତ୍ରିନାଥ ବେହେରା ବିନମ୍ର ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ