କୋଭିଡର ତୃତୀୟ ଲହର ଓ ଅନୈତିକ ମାନବ ଚାଲାଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ

ମୋହନା, (ଅଂଶୁମାନ ପଣ୍ଡା): କୋଭିଡ ର ତୃତୀୟ ଲହର ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନିକ ସ୍ତରରେ ଜୋର ଜାର ଉଦ୍ୟମ ଜାରି ରହିଥିବା ବେଳେ ଅନୈତିକ ମାନବ ଚାଲାଣ ଏକ ସମସ୍ୟା ପାଲଟିଛି।ସଚେତନା ର ଅଭାବ ହେତୁ ରୋଜଗାର ଲୋଭ ଦେଖାଇ ଦଲାଲ ମାନେ ଅନୈତିକ କାର୍ଯ୍ୟ ମାନ କରିବା କୁ ଆଗେଇ ଚାଲିଛନ୍ତି ଏଣୁ ଏସବୁକୁ ରୋକିବା ପାଇଁ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନ ପ୍ରଶାସନ କୁ ହାତ ବଢ଼େଇ ଛନ୍ତି ଏପରି ଏକ ଉଦାହରଣ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅଂଚଳରେ।କନୁଆଗାଁ ବ୍ଲକର କନଜାମେଦି ସ୍ଥିତ ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ନିର୍ଦେଶକ ଫା ମଦନ ସୁଆଲ ସିଂଙ୍କ ନିର୍ଦେଶ ରେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳ ର ଆଠ ଗୋଟି ପଂଚାୟତ କାଟିଙ୍ଗିଆ,କୁମ୍ଭାରୀ ଗାଁ, ଝିଞ୍ଜିରି ଗୁଡା , ସରାମୁଳି, ତାଜୁଙ୍ଗିଆ, ହାତିମୁଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଅନୁଷ୍ଠାନ ର କର୍ମୀ ମାନେ ପହଂଚି ଉକ୍ତ ସଚେତନାକାର୍ଯ୍ୟକ୍ରମ କରିବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଥିବା ଜଣାପଡିଛି।ଅନୁଷ୍ଠାନର କର୍ମୀ ସାରଦା ଚରଣ ବଳିୟାର ସିଂ, ବ୍ରହ୍ମାନନ୍ଦ ନାୟକ, ସୁଶୀଲ କୁମାର ପ୍ରଧାନ, ସୁମନ୍ତ ପ୍ରଧାନ, ଦିବ୍ୟସିଂହ ଶୋଭାସୁନ୍ଦର ସମେତ ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀମାନେ ପରିଚାଳନା ରେ ସହଯୋଗ କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ