କୋଭିଡି ପାଇଁ ଗଞ୍ଜାମ ଜିଲାକୁ ୪ଡିଏସ୍‌ପି ଆସିଲେ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଛତ୍ରପୁର ଗଞ୍ଜାମ ଜିଲାରେ ବଢୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରଙ୍କ କଟକଣାକୁ ଲୋକମାନେ ମାନିବାରେ ଅବହେଳା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲାକୁ ସ୍ବତନ୍ତ୍ର ଭାବେ ୪ ଜଣ ଡିଏସ୍‌ପିଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସମ୍ବଲପୁର ପୋଲିସ ମୁଖ୍ୟାଳୟର ଡିଏସପି ହିମାଂଶୁ ଶେଖର ବେହେରା, କୋରାପୁଟ ସମନ୍ବିତ ମାନବ ଚାଲାଣ ନିରୋଧ ୟୁନିଟ(ଆଇଏଏଚ୍‌ଟିୟୁ)ର ଡିଏସ୍‌ପି ତପନ କୁମାର ମହାନନ୍ଦା, କଳାହାଣ୍ଡି ପୋଲିସ ମୁଖ୍ୟାଳୟର ଡିଏସ୍‌ପି ଗଣନିଧି ମଲ୍ଲିକ ଏବଂ କଟକ ସିଆଇଡି ସିବିର ଡିଏସ୍‌ପି ରିତେଶ କୁମାର ମହାପାତ୍ର। ଏମାନଙ୍କୁ ଗଞ୍ଜାମ ପୋଲିସ ଜିଲାର ୪ଟି ଉପଖଣ୍ଡ ପ୍ରଦାନ କରାଯାଇଛି। ହିମାଂଶୁ ଶେଖର ଆସିକା ସବ୍‌ଡିଭିଜନ, ତପନ କୁମାର ଭଞ୍ଜନଗର ଉପଖଣ୍ଡ, ଗୁଣନିଧି ଛତ୍ରପୁର ଉପଖଣ୍ଡ ଏବଂ ରିତେଶ କୁମାରଙ୍କୁ ପୁରୁଷୋତ୍ତମପୁର ଉପଖଣ୍ଡ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅଫିସରମାନେ କଟକଣାକୁ ପାଳନ, ତନଖି ଫାଟକର ତଦାରଖ, ଶଟ୍‌ଡାଉନ୍ ଏବଂ ଲକ୍‌ଡାଉନ୍‌ର ଅନୁପାଳନ, ବଜାରରେ ସାମାଜିକ ଦୂରତା ରକ୍ଷା କରିବା, ବିଶୋଧନ, କଣ୍ଟେନମେଣ୍ଟ ଜୋନ୍‌, ପୋଲିସ ଅଧିକାରୀଙ୍କ ଆକ୍ରାନ୍ତ ସ୍ଥିତି ଭଳି କାର୍ଯ୍ୟ ତଦାରଖ କରିବେ। ଗଞ୍ଜାମ ପୁଲିସ ଜିଲ୍ଲାର ଥିବା ୨୨ଟି ଥାନା ଓ ୯ଟି ଫାଣ୍ଡି ରହିଥିବା ବେଳେ ପୂର୍ବରୁ ରହିଥିବା ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଆଉ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ଯୋଡ଼ି ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ