କୋଭିଡି -୧୯ ସ୍ୱାସ୍ଥ୍ୟ ସଚେତନତା ଶିବିର
ଚିକିଟି , (କୁରେଶୁ ସାହୁ):କରୋନା ସଂକ୍ରମଣ ଦିନକୁ ଦିନ ଅଞ୍ଚଳ ରେ ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ଏଡ଼ାଇବା ପାଇଁ ଆଜି ଚିକିଟି ସଚ୍ଚିଦାନନ୍ଦ ହସ୍ପିଟାଲର କଂନଫ୍ରେନ୍ସ ହଲରେ ଚିକିଟି ତହସିଲଦାର ହର ପ୍ରସାଦ ଭୋଇଙ୍କ ଅଧ୍ୟକ୍ଷତାରେ କଣ୍ଟନମେଣ୍ଟ ଓ ଏହାର କାର୍ଯ୍ୟକାରିତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟତଃ କନଟନମେଣ୍ଟ ଜୋନରେ ସଂକ୍ରମଣ ହ୍ରାସ କରିବା ନେଇ ସଚେତନତା ସୃଷ୍ଟି, ସ୍ୱାସ୍ଥ୍ୟ ପରୀକ୍ଷା, ଥର୍ମାଲ ଟେଷ୍ଟ ଓ ଅତ୍ୟାବଶକିୟ ସାମଗ୍ରୀ ର ଯୋଗାଣ, କରୋନା ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଓସଚେତନତା ଉପରେ ଆଲୋଚନା ହୋଇଥିଲା l ଏଥିରେ ଚିକିଟି ମେଡିକାଲ ଇନଚାର୍ଜ ଡ. ମନୋଜ କୁମାର ପାଢୀ, ସିଡିପିଓ ମାଧୁରୀ ପାଢୀ, ବି ପି ଏମ ରାମ ଚନ୍ଦ୍ର ସାହୁ, ପି ଏଚ ଓ ଶୁଭ ଲକ୍ଷ୍ମୀ ମହନ୍ତଙ୍କ ସମେତ ଅଙ୍ଗନବାଡି, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ l


