କୋଭିଡ୍‌-୧୯ ନିୟମ ଉଲଙ୍ଘନକାରୀଙ୍କୁ ବିରୋଧ କରିବାରୁ ନାଏବ ସରପଂଚଙ୍କୁ ମରଣାନ୍ତକ ଆକ୍ରମଣ

ଘଟଗାଁ,(ନାରାୟଣ ପଲାଇ):କୋଭିଡ୍‌-୧୯ ନିୟମ ଉଲଙ୍ଘନକାରୀଙ୍କୁ ବିରୋଧ କରିବାରୁ ନାଏବ ସରପଂଚଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ । ଏମିତି ଏକ ନିନ୍ଦନୀୟ ଘଟଣା ଦେଖାଦେଇଛି ପଣ୍ଡାପଡା ଥାନା ଅଧିନସ୍ଥ ତଅଁଳାହତା ଗାଁରେ । ଗାଁର କିଛି ମହିଳା ଏବଂ ଜଣେ ପୁରୁଷ ମିଳିତ ହୋଇ ଅନେକ ଦିନରୁ କୋଭିଡ-୧୯ ନିୟମକୁ ଭଙ୍ଗ କରୁଥିବା ଦେଖି ହୁଣ୍ଡା ପଂଚାୟତର ନାଏବ୍ ସରପଂଚ ବିପିନ୍ ବେହେରା ଏହାକୁ ବିରୋଧ କରି ଆସୁଥିଲେ କିନ୍ତୁ ତାଙ୍କ କଥାକୁ ବିରୋଧକୁ ଖାତିର୍ ନକରି ସେମାନେ ବାରମ୍ବାର ନିୟମ ଭଙ୍ଗ କରିବା ସହିତ ନାଏବ ସରପଂଚଙ୍କୁ ଧମକ୍ ଦେବା ସହିତ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିବା ନାଏବ ସରପଂଚ ବିପିନ ବେହେରା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପଣ୍ଡାପଡା ଥାନା ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ସଙ୍ଗ ସଙ୍ଗେ ଗିରଫ କରିବା ସହିତ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ପଣ୍ଡପଡା ଥାନା ଅଧିନସ୍ଥ ହୋଣ୍ଡା ପଂଚାୟତର ତଅଁଳାହତା ଗାଁ । ଏହି ଗାଁର ରାଝ ଘଣା ନାଏକ ବ୍ୟକ୍ତି ଜଣଙ୍କ ଗାଁର ପାଖାପାଖି ୩୦ ରୁ ଉର୍ଦ୍ଧ୍ୱ ମହିଳା ଲୋକଙ୍କୁ ନେଇ ଇସ୍କନ୍ ଧିକ୍ଷା ନେଇଥିବା ବେଳେ ସେମାନେ ଖୁଲମ୍‌ଖୁଲା ବିଗତ ଦିନରୁ କୋଭିଡ-୧୯ନିୟମ ଭଙ୍ଗ କରୁଥିବା ଗାଁ ଲୋକେ ଏବଂ ପଂଚାୟତର ନାଏବ ସରପଂଚ ଦେଖିବାକୁ ପାଇଥିଲେ । ଯେମିତିକି ଗୋଟିଏ ସ୍ଥାନରେ ୩୦ ଲୋକ ଏକତ୍ରିତ ହୋଇ ଉଭୟଙ୍କ ମଧ୍ୟ ସାମାଜିକ ଦୂରତା ନରଖି ଗାଁ ମଝିରେ ଥିବା ଏକ ଗୃହରେ ତାଙ୍କର ଇସ୍କନ୍ ସମ୍ବନ୍ଧରେ ବାର୍ତାଳାପ କରିଥାନ୍ତି । ତେବେ ବର୍ତମାନ କରୋନା ମହାମାରି ସମୟରେ ଏଭଳି ୩୦ରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହେଉଥିବାର ଦେଖି ଶ୍ରୀଯୁକ୍ତ ବେହେରା ବାରମ୍ବାର ସେମାନଙ୍କୁ ବିରୋଧ କରୁଥିଲେ । କିନ୍ତୁ ତାଙ୍କ କଥାକୁ ଖାତିର୍ ନକରି ସେ ସେମତି ମନଇଛା ଗୋଟିଏ ସ୍ଥାନରେ ପ୍ରତ୍ୟେକ ଦିନ ଏକତ୍ରିତ ହେଉଥିଲେ । ସେହିଭଳି ଗତ ୨୦ ତାରିଖ(ଶୁକ୍ରବାର) ସଂନ୍ଧ୍ୟାରେ ଏକତ୍ରିତ ହୋଇଥିବାର ଦୃଶ୍ୟଦେଖି ଶ୍ରୀଯୁକ୍ତ ବେହେରା ସମେତ ଗାଁ ଲୋକେ ମଧ୍ୟ ବାରଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ୨୧ ତାରିଖ ସକାଳ ୯ଘଟିକା ସମୟରେ ସରପଂଚ ହୁଣ୍ଡାରୁ କୌଣସି କାମ ସାରି ତାଙ୍କ ଗାଁ ତଅଁଳାହତା ଆସୁଥିଲେ । ଠିକ୍ ସେହି ସମୟରେ ରାଜ ଘଣା ସହିତ କମଳା ଘଣା, ବିନତି ଘଣା ଏବଂ କୁନ୍ତଳା ଘଣା ଚାରିଜଣ ମିଶି ତାଙ୍କ ଘର ପାଖରେ ତାଙ୍କୁ ଅଟକାଇ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତୋତେ ଜୀବନରୁ ମାରି ଦେବାର ଧମକ ଦେବା ସହ ପନିକି ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ, ଫିଠ ଏବଂ ବାମ ହାତ କ୍ଷତବିକ୍ଷତ ହୋଇଥିବା ଦେଖାଯାଇଛି । ଅନ୍ୟପକ୍ଷରେ ନାଏବ୍ ସରପଂଚ ବିପିନ୍ ବେହେରା ପଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପଣ୍ଡପଡା ପୋଲିସ୍ ଘଟଣାସ୍ଥଳରେ ପହଂଚି ରାଜ ଘଣା ଏବଂ କମଳା ଘଣାଙ୍କୁ ଥାନାକୁ ନେଇ କିଛିସମୟ ଥାନାରେ ଅଟକ ରଖି ରାଜ ଘଣାକୁ କୋର୍ଟ ଚାଲାଣ କରି ତଦନ୍ତ ଚାଲୁରଖିଥିଲା । ତେବେ ଚାରିଜଣ ମିଶି ଆକ୍ରମଣ କରିଥିବା ବେଳେ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ପଣ୍ଡାପଡା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ