କୋଭିଡ୍‌-୧୯ ଫଣ୍ଡ୍ କୁ ଆସିକା ସାଂସଦ ୨କୋଟି ୩ଲକ୍ଷ ପ୍ରଦାନ

ଛତ୍ରପୁର : ମହାମାରୀ ରୂପ ନେଉଥିବା କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସିକା ସାଂସଦ ପ୍ରମୀଳା ବିଷୋୟୀ ନିଜ ସାଂସଦ ପାଣ୍ଠିରୁ ୨କୋଟି ସହ ତିନି ମାସର ଦରମା ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଫଣ୍ଡ୍ କୁ ୧ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଆଉ୧ କୋଟି ଗଂଜାମ ଜିଲ୍ଲା ଅଂଚଳରେ କରୋନା ମୁକାବିଲା ପାଇଁ ଦେଇଛନ୍ତି । ଏହାସହ ରାଜ୍ୟସରକାରଙ୍କ କୋଭିଡ୍‌-୧୯ ଫଣ୍ଡ୍ କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏନେଇ୍ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ବାସଭବନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଚେକ୍ ପ୍ରଦାନ କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଜନସାଧାରଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ନିମନ୍ତେ କହିଛନ୍ତି । ଆବଶ୍ୟକ ନଥିଲେ କିଏ ଘରୁ ନବାହାରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ସାଂସଦ ପ୍ରମୀଳାଙ୍କ ନାତି ଗୋବିନ୍ଦ ବିଷୋୟୀ ଓ ଅନୀଲ ବିଷୋୟୀ , ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ