କୋଭିଡ୍ ଯୋଦ୍ଧାଙ୍କ ସମେତ ୩୦ ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୯୬୨
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରୁ ବୁଧବାର ୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ କରୋନା ଯୋଦ୍ଧା ଥିବା ଜଣା ପଡିଛି। ସମସ୍ତ କରୋନା ଯୋଦ୍ଧା ପୁଲିସ କର୍ମଚାରୀ। ଚିହ୍ନଟ ହୋଇଥିବା ୩୦ ସଂକ୍ରମିତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ୧୪ ଜଣ ମହିଳା ଅଛନ୍ତି। ଫୁଲବାଣୀରୁ ୪ ଜଣ, ଜି ଉଦୟଗିରିରୁ ୫, ଦାରିଙ୍ଗବାଡିରୁ ୩, କୋଟଗଡରୁ ୧, ତୁମୁଡିବନ୍ଧରୁ ୯, ବାଲିଗୁଡାରୁ ୭ ଓ ଫିରିଙ୍ଗିଆରୁ ଜଣେ ଚିହ୍ନଟ ହୋଇଛନ୍ତି। ବର୍ତମାନ ସୁଦ୍ଧା ୯୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇ ଯାଇଛି ଏବଂ ୬୮୭ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ବାକି ୨୭୦ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।