କୋଭିଡ୍ କଟକଣାରେ ପାଳିତ ହେଲା ସ୍ୱର୍ଣ୍ଣମୟୀ ଓ ଗଡଚଣ୍ଡି ପୀଠର ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) : କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଦେବାଦେବୀ ପୀଠର ଉତ୍ସବ ଫିକା ପଡିଯାଇଛି । କୋଭିଡ୍ ନିୟମକୁ ପାଳନ କରାଯାଇ ନିରାଡମ୍ବର ଭାବେ ପୂଜା ଓ ଯଜ୍ଞ କାର୍ଯ୍ୟ ଅନୁଷ୍ଠିିତ ହୋଇଛି । ଯେଉଁ ସବୁ ସ୍ଥାନରେ ବହୁଆଡମ୍ବରରେ ପୂଜା ପାଳନ ହେଉଥିଲା ଏବେ ସେସବୁ ସ୍ଥାନରେ କାମଚଳା ପୂଜାର୍ଚ୍ଚନା କରାଯାଉଛି । ଏପରିପେକ୍ଷୀରେ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆସ୍ଥିତ ମା’ସ୍ୱର୍ଣ୍ଣମୟୀଙ୍କ ପୀଠରେ ଆଜି ଠାରୁ ପୂଜା ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଏଠାରେ ୩ ଦିନ ଧରି ଯଜ୍ଞ କାର୍ଯ୍ୟ ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରାରମ୍ଭରେ ନିଳୋକସ୍ଥିତ ମହାଦେବ ପୁଷ୍କରିଣୀରୁ ରଘୁନାଥ ନାୟକ, କୌଶଲ୍ୟା ନାୟକ, ପର୍ଶୁରାମ ନାୟକ, ସଂଯୁକ୍ତ ନାୟକ, କୃଷ୍ଣ ଚନ୍ଦ୍ର ଲେଙ୍କା, ସାବିତ୍ରୀ ଲେଙ୍କା, ଅନିରୁଦ୍ଧ ଜେନା, ସଂଗ୍ରାମ କେଶରୀ ଲେଙ୍କା, ରମେଶ ଲେଙ୍କା, ବଟକୃଷ୍ଣ ରାଉତ, ଅଭିମନ୍ୟୁ ରାଉତ, କୃପାସିନ୍ଧୁ ମହାନ୍ତି, ଧ୍ରୁବ ଚରଣ ଲେଙ୍କା ପ୍ରମୁଖ କଳସ ଆଣିବା ପରେ ଘଟସ୍ଥାପନା କରାଯାଇ ପୂଜା ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାବେ ଉପେନ୍ଦ୍ର ମିଶ୍ର ଓ ଯଜ୍ଞ ପଣ୍ଡିତ ଭାବେ ନାରାୟଣ ଦ୍ୱିବେଦୀ, ବସନ୍ତ ମିଶ୍ର, ପଦ୍ମଲୋଚନ ପଣ୍ଡା ଦାୟୀତ୍ୱ ତୁଲାଉଛନ୍ତି । ସେହିପରି ଟିଲୋସ୍ଥିତ ମା’ଗଡଚଣ୍ଡୀ ପୀଠରେ ଯଥାରୀତି ପୂଜାର୍ଚ୍ଚନା ଓ ଚଣ୍ଡିପାଠ ଅନୁଷ୍ଠିତ ହୋଇଛି । ପୂଜାରେ ପୁରୋଧା ଭାବେ ସୁବାଷ ବିଶ୍ୱାଳ ଓ ତାଙ୍କ ପତ୍ନୀ ଥିଲେ । ଈଶ୍ୱର ବାରିକ ମା’ଙ୍କ ପୂଜାର୍ଚ୍ଚନା ଦାୟୀତ୍ୱ ତୁଲାଇଥିଲେ । ପୂଜା କାର୍ଯ୍ୟରେ ଦିଲୀପ ରାଉତ, ବିପିନ ରାଉତ, ପ୍ରଶାନ୍ତ ରାଉତ, ଗୋବିନ୍ଦ ରାଜ, ନିତ୍ୟାନନ୍ଦ ବିଶ୍ୱାଳ ସହାୟତା କରିଥିଲେ । ପ୍ରକାଶ ଥାଉକି, ପୂର୍ବରୁ ମହାବିଷୁବ ସଂକ୍ରାନ୍ତୀ ଦିନ ଗଡଚଣ୍ଡି ପୀଠରେ ପାଟୁଆ ନାଚ ପରିବେଷଣ ହେବା ସହ ଯଜ୍ଞ ଉତ୍ସବ ୭ରୁ ୧୫ ଦିନ ଧରି ଚାଲୁଥିଲା । ଉକ୍ତ ପୀଠରେ ଆଖପାଖ ଅଞ୍ଚଳର ଶହ ଶହ ଭକ୍ତ ଏଠାରେ ରୁଣ୍ଡିଭୂତ ହେଉଥିଲେ । ଦର୍ଶକ ମାନଙ୍କ ପାଇଁ ଖୋଲା ଯାତ୍ରା ସୋ ଆୟୋଜନ କରାଯାଉଥିଲା । ଏବେ ଆଉ ସେଦିନ ଭଳି ପାଟୁଆ ନାଚ ଓ ଯାତ୍ରା ପରିବେଷଣ ହେଉନଥିବାରୁ ଉକ୍ତ ସ୍ଥାନ ଖାଁଖାଁ ଲାଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।