କୋଭିଡ୍ କଟକଣା ମଧ୍ୟରେ ମା ସରସ୍ୱତୀ ପୂଜା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ପବିତ୍ର ଶ୍ରୀ ପଂଚମୀ । ଜ୍ଞାନ ଦାୟିନୀ ମା ସରସ୍ୱତୀଙ୍କ ଆରାଧାନା ପାଇଁ ନାହିଁ ସେଭଳି ଉତ୍ସାହ । କୋଭିଡ୍ କଟକଣା ଭିତରେ ସିମିତ ସଂଖ୍ୟକ ପିଲାଙ୍କୁ ନେଇ ମା ବାଗ୍ ଦେବୀଙ୍କ ପୂଜା କରାଯାଇଛି । ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୁଜାକୁ ଅନୁମତି ନାହିଁ । ଶ୍ରଦ୍ଧାଳୁ ମାନେ ନିଜ ଘରେ ମା ସରସ୍ୱତୀଙ୍କ ପୂଜା କରିଛନ୍ତି । ଚଳିତ ବର୍ଷ ମଧ୍ୟ କୋଭିଡ୍ ପାଇଁ ବାଗ୍ ଦେବୀଙ୍କ ପୂଜା ଫିକା ପଡିଛି ।