କୋଭିଡ୍ ଗାଇଡ୍‌ଲାଇନ୍‌କୁ ପାଳନକରି ଯୋଡାରେ ଲକ୍ଷ୍ମୀପୂଜା

ଯୋଡା, (ସମୀର କୁମାର ଦାସ) : ଉତ୍ତର ଓଡିଶାର ପ୍ରସିଦ୍ଧ କେନ୍ଦୁଝର ଜିଲ୍ଲାର ଯୋଡାସ୍ଥିତ ଲକ୍ଷ୍ମୀପୂଜା ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରହିଥିବା କଟକଣା ସତ୍ୱେ କୋଭିଡ୍ ଗାଇଡଲାଇନକୁ ପାଳନ କରି ଲକ୍ଷୀ୍ମପୂଜା କରାଯାଇଅଛି । ମନ୍ଦିର କମିଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ୬ ଘଟିକା ସମୟରେ ନଦୀ କୂଳରୁ ଘଟ ଅଣାଯିବ ଏବଂ ରାତି ୮ ଘଟିକା ସମୟରେ ମା’ ଙ୍କର କଳସ ପୂଜା ଆରମ୍ଭ କରାଯିବ । ଆସନ୍ତାକାଲି ମଧ୍ୟ ବିଧି ଅନୁସାରେ ଦିନ ତମାମ ପୂଜା ହେବ  ଏବଂ ରବିବାର ଦିନ ବିଧି ଅନୁସାରେ ପୂଜା ହୋଇ ଦିବା ୧ ଘଟିକା ସମୟରେ କଳସ ବିସର୍ଜନ କରାଯିବ । ପ୍ରତି ବର୍ଷ ଯୋଡାର ଏହି ଲକ୍ଷ୍ମୀ ପୂଜାରେ ବିଭିନ୍ନ ଅଂଚଳରୁ ଆସିଥିବା ଚାଟ୍ ଷ୍ଟୋଲ, ଦୋଳି, ଖେଳନା ଷ୍ଟୋଲ, ବିଭିନ୍ନ ଘରୋଇ ସାମଗ୍ରୀ ଷ୍ଟୋଲ ଆଦି ମେଳାରେ ବସିଥାଏ । ଏହା ସହିତ ଲୋକ ମାନଙ୍କର ମନୋରଂଜନ ପାଇଁ ଅପେରା ପଡିଥାଏ । ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଏହି ଯୋଡା ଲକ୍ଷ୍ମୀପୂଜା ପଡିଥିବା ମେଳା କୁ ଆସିଥାନ୍ତି । ବିଭିନ୍ନ ତୋରଣ ଓ ଲାଇଟ୍ ରେ ମେଳା ଝଲସି ଉଠିଥାଏ । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ସରକାରଙ୍କ ଏହି କଟକଣା ଯୋଗୁଁ ବିଭିନ୍ନ ପୂଜା, ପାର୍ବଣକୁ ଲୋକେ ପାଳନ କରିପାରୁନାହାନ୍ତି । ଲକ୍ଷ୍ମୀ ମନ୍ଦିରର ସଭାପତି ଦୁଶାସନ ସାହୁ କହିଛନ୍ତି ଯେ, ସରକାରଙ୍କର ଗାଇଡଲାଇନକୁ ମାନି ଏହି ପୂଜା କରାଯାଉଅଛି ଏବଂ ସାମାଜିକ ଦୂରତା ରକ୍ଷାକରି ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ