କୋଭିଡ୍ ଡାକ୍ତରଖାନାର ସିଏମଓଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ଯୋଡା (ସମୀର କୁମାର ଦାସ) : ଟାଟାଷ୍ଟିଲ କୋଭିଡ୍ ଡାକ୍ତରଖାନା ମୁଖ୍ୟ (ସିଏମଓ) ଡାଃ ଅଶୋକ କୁମାର ରାଏଙ୍କୁ ଶନିବାର ପୂର୍ବାହ୍ନରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ଅବସରରେ ଯୋଡା ବିକାଶ ପରିଷଦ ପକ୍ଷରୁ ଡାକ୍ତରଖାନାର ସଭାଗୃହଠାରେ ବିଦାୟୀ କାଳୀନ ସମ୍ବାର୍ଦ୍ଧନା ଦିଆଯାଇଥିଲା । ପରିଷଦ ପକ୍ଷରୁ ଡାକ୍ତର ରାଏଙ୍କୁ ଉତୋରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧୀତ କରାଯିବା ସହିତ ତାଙ୍କର ଲମ୍ବା ଆୟୁଶ କାମନା କରାଯାଇଥିଲା । ଯୋଡା ବିକାଶ ପରିଷଦର ସଭାପତି ନିରଂଜନ ବହିଦାର କହିଥିଲେ ଯେ, ଡାକ୍ତର କେବେ ଅବସର ନିଏ ନାହିଁ , ଡାକ୍ତର ସର୍ବଦା ମାନବ ସେବା ସହିତ ଯୋଡି ରୁହନ୍ତି । ସେହିପରି ପରିଷଦର ସଂପାଦକ ସୁଶାନ୍ତ କୁମାର ବାରିକ ଡାକ୍ତର ଏ.କେ . ରାଏ ଦୀର୍ଘ ବର୍ଷ ଧରି ଯୋଡାବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଡାକ୍ତର ଏ.କେ ରାଏ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ୨୫ ବର୍ଷ ଏବଂ ଝାଡଖଣ୍ଡର ନୂଆମୁଣ୍ଡି ଡାକ୍ତରଖାନାରେ ୫ ବର୍ଷ କାର୍ଯ୍ୟ କରିଥିଲେ । ଏତଦ ବ୍ୟତିତ ଡାକ୍ତର ରାଏ ଟାଟା କୋଭିଡ୍ ହସ୍ପିଟାଲ ମୁଖ୍ୟ ଭାବେ କାର୍ଯ୍ୟ ତୁଲାଉଥିଲେ । ଏହି ବିଦାୟୀ କାଳୀନ ସଭାରେ ବିକାଶ ପରିଷଦର ଚେୟାରମ୍ୟାନ୍ ଶିରିଶ ଚନ୍ଦ୍ର ମହାନ୍ତି, କୈଳାସ ଚନ୍ଦ୍ର ସବାଇ, ପ୍ରକାଶ ମହାନ୍ତି, ମିଟୁ ଦାସ, ରାଜେନ୍ଦ୍ର ସାହୁ, ମନିନ୍ଦ୍ର ସୁନ୍ଦର ବାରିକ, ମୁକେଶ ଜୈନ୍ ମୁକେଶ ସିଂଘାଣିଆ, ଅମର କେଜେରିଓାଲ ଏବଂ ମହିଳା ସଂଘ ପକ୍ଷରୁ ଝୁନୁ କୌର, କଳ୍ପନା ଦାସ ଙ୍କ ସମେତ ବହୁ ଖବରଦାତାମାନେ ଉପସ୍ଥିତ ଥିଲେ ।